ଭୁବନେଶ୍ୱର: ସମୁଦ୍ର ମାଡ଼ି ଆସିବାରୁ ପ୍ରଭାବିତ ହୋଇଛନ୍ତି ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲ୍ଲା । ସମୁଦ୍ର ଆଁରେ ଉପକୂଳ ଜିଲ୍ଲାର ୪୬ ଗାଁ । ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ କହିଛନ୍ତି ଗଣେଶ ରାମ ସିଂ ଖୁଣ୍ଟିଆ ।
ବିଜେଡ଼ି ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ୬ଟି ଜିଲ୍ଲାର ୪୬ଟି ଗାଁ ସମୁଦ୍ର ଜୁଆର ଦ୍ୱାରା ପ୍ରଭାବିତ ହୋଇଛନ୍ତି । ୧୯୯୦ରୁ ୨୦୧୮ ମଧ୍ୟରେ ସମୁଦ୍ର ମାଡ଼ି ଆସିବା ଦ୍ୱାରା ପ୍ରଭାବିତ ହୋଇଛନ୍ତି । କେନ୍ଦ୍ରାପଡ଼ାର ୨୬, ଗଞ୍ଜାମର ୧୪ ଓ ପୁରୀର ୬ଟି ଗାଁ ସମୁଦ୍ରରେ ବିଲୀନ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ସାତଭାୟା, କାହ୍ନୁପୁରୁ, ବରାହିପୁର, ବଗପାଟିଆରେ ମଗରକଣ୍ଡା ଓ ରବୀନ୍ଦ୍ରପାଲି ଗ୍ରାମବାସୀଙ୍କୁ ଥଇଥାନ କରାଯାଇଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ଵର ୨୫.୬ ପ୍ରତିଶତ ବା ୧୪୦.୭୩ ହେକ୍ଟର ଚାଷ ଜମି ଅବକ୍ଷୟ ହୋଇଛି । ସମୁଦ୍ର ଜୁଆର ରୋକିବାକୁ ଅଧିକ ହେନ୍ତାଳ ବଣ ସୃଷ୍ଟି କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।