କେନିୟାରେ ବନ୍ୟା :୩୮ ଜଣଙ୍କ ମୃତ୍ୟୁ 25/04/2024 Share story: ଦୁବାଇ ପରେ ଏବେ କେନିୟା ଭୟଙ୍କର ବନ୍ୟା ପରିସ୍ଥିତି । ଜୁଆଡେ ଚାହିଁବ ଖାଲି ପାଣି ହିଁ ପାଣି । ଆଉ ଏହି ବନ୍ୟା ରେ ବର୍ତମାନ ସୁଦ୍ଧା ୩୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକ ଲକ୍ଷ ଦଶହଜାର ଲୋକ ବାସହୀନ ହୋଇସାରିଲେଣି । ସୂଚନା ଅନୁସାରେ ବୁଧବାର ଦିନ ରାତିରେ ବର୍ଷା ଯୋଗୁଁ ୬ ଜଣ ନିଖୋଜ ହୋଇଥିଲେ । ଏବଂ ରାସ୍ତାରେ ବନ୍ୟାପାଣି ପ୍ରବେଶ କରିବା କାରଣରୁ କିଛି ଅଂଚଳ ସହରରୁ ବିଚ୍ଛିନ୍ନ ହୋଇଯାଇଛି । ତେବେ କେନିୟାର ପାଣିପାଗ ବିଭାଗ ଅନୁସାରେ ଏଠାରେ ୨୪ ଘଣ୍ଟାରେ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । kenya flood Henilprava Swain, Author, 25/04/2024