ଜାଡରେ ଥରୁଛି ସାରା ରାଜ୍ୟ। ପ୍ରବଳ ଶୀତ ପ୍ରଭାବରେ ଅସ୍ତବ୍ୟସ୍ତ ହେଲେଣି ଓଡ଼ିଶାବାସୀ। ଉପାନ୍ତରୁ ଉପକୂଳ, ଶୀତ ଲହରି ଜାରି ରହିଛି। ଯାହାଫଳରେ ଲୋକେ ସକାଳୁ ଘରୁ ବାହାରି ପାରୁ ନାହାନ୍ତି। ଦିନ ତମାମ ଶୀତ ପୋଷାକ ପିନ୍ଧିବାକୁ ପଡ଼ୁଛି। ଏପରିକି କୁହୁଡ଼ିର ଆସ୍ତରଣ ମଧ୍ୟ ସାରା ଓଡ଼ିଶାକୁ ଘୋଡାଇ ରଖିଚି।ଫଳରେ ୫୦ ମିଟର ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନାହିଁ। ଏପରିକି ଘନକୁହୁଡ଼ି ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣା ମଧ୍ୟ ଘଟୁଛି। ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷିତ ଭାବେ ଗାଡ଼ି ଚଳାଇବା ପାଇଁ ଗାଡ଼ି ଚାଳକକୁ ନିର୍ଦ୍ଦେଶ ଦିଆଯାଇଛି।
Read More >