ବାହାନଗା ଟ୍ରେନ ଦୁର୍ଘଟଣାକୁ ଦୀର୍ଘ ଚାରି ମାସ ବିତିଯାଇଛି । ଆଉ ଏହି ଦୁର୍ଘଟଣାରେ ଅନେକ ଲୋକ ମୃତ୍ୟୁବରଣ କରିଥିଲେ । ଆଉ ଏହି ଦୁର୍ଘଟଣାର ଶିକାର ହୋଇଥିବା ଆଉ ୨୮ ଜଣ ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର କରାଯିବ ।
ସୂଚନା ଅନୁସାରେ , ଜୁନ ମାସ ୨ ତାରିଖରେ ବାହାନଗା ଟ୍ରେନ ଦୁର୍ଘଟଣା ଘଟିଥିଲା । ଆଉ ଏହି ଟ୍ରେନ ଦୁର୍ଘଟଣାରେ ବାରଶହରୁ ଅଧିକ ଲୋକ ଆହତ ହୋଇଥିଲେ । ଆଉ ଏବେ ୨୮ ଜଣ ଅଚିହ୍ନା ମୃତଦେହର ସଂସ୍କାର ହେବ । ଏପର୍ଯ୍ୟନ୍ତ ଭୁବନେଶ୍ୱର ଏମ୍ସ ରେ ଥିବା ୨୮ଟି ମୃତଦେହ ଚିହ୍ନଟ ହୋଇପାରିନାହିଁ । ତେଣୁ ମୃତଦେହ ଗୁଡ଼ିକର ସଂସ୍କାର ପାଇଁ CBI ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଗଷ୍ଟ ୨୫ରେ ଚିଠି କରିଥିଲା । ଏହାପରେ ଜିଲ୍ଲାପାଳଙ୍କ ପକ୍ଷରୁ ଅଗଷ୍ଟ ୭ ତାରିଖରେ ବିଏମସିକୁ ଚିଠି ଲେଖାଯାଇଥିଲା । ଏବେ ଏହି ଅଚିହ୍ନା ମୃତଦେହ ଗୁଡିକର ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ BMC SOP ଜାରି କରିଛି । ଓ ମୃତଦେହର ସଂପୂର୍ଣ୍ଣ ସଂସ୍କାରର ଭିଡିଓଗ୍ରାଫି ହେବ । ଏମ୍ସ ଭୁବନେଶ୍ୱରରୁ ମୃତଦେହ ହସ୍ତାନ୍ତରଠାରୁ ଶ୍ମଶାନରେ ସଂସ୍କାର ଯାଏଁ ସବୁ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ଭରତପୁର ଶ୍ମଶାନରେ ପର୍ଯ୍ୟାପ୍ତ ପରିମାଣର କର୍ମଚାରୀ ମୁତୟନ କରାଯିବ। ଯାହା ଫଳରେ ଅତି ସୁବିଧାର ସହ ସଂସ୍କାର ହୋଇପାରିବ ।
ଆଗକୁ ପଢନ୍ତୁ :- ପାଚେରୀ ନିକଟରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା