ନୂଆଦିଲ୍ଲୀ: ନିଟ୍ ପରୀକ୍ଷା ପାଇଁ କଟକଣାରେ ଥିବା ମେସେଜିଂ ଆପ୍ ଟେଲିଗ୍ରାମ ପୁଣି ଥରେ ଫେରିଛି । ଟେଲିଗ୍ରାମ ଏବେ ଆପ୍ ଷ୍ଟୋରରେ ଉପଲବ୍ଧ ହୋଇଛି ।
ନିଟ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିବା ପରେ କେନ୍ଦ୍ର ସରକାର ଟେଲିଗ୍ରାମ ଉପରେ କଟକଣା ଜାରି କରିଥିଲେ । ଏହାକୁ ସମ୍ପୂର୍ଣ୍ଣଭାବେ ଆପ୍ ଷ୍ଟୋରକୁ ହଟାଇ ଦିଆଯାଇଥିଲା । ଗତ ୨୨ ଜୁନରେ ନିଟ୍ ପୁନଃପରୀକ୍ଷା ଶେଷ ହୋଇଥିଲା । ୨୩ ଜୁନରେ କେନ୍ଦ୍ର ସରକାର କଟକଣା ପ୍ରତ୍ୟାହୃତ କରିଥିଲେ । ଏହା ପରେ ଉପଭୋକ୍ତାମାନେ ଟେଲିଗ୍ରାମ କରିବା ଆରମ୍ଭ କରିଛି । ତେବେ କିଛି ଲୋକଙ୍କ ଆପ୍ ଷ୍ଟୋରରେ ଟେଲିଗ୍ରାମ ଉପଲବ୍ଧ ହେଉନାହିଁ । ଖୁବଶୀଘ୍ର ସେମାନଙ୍କ ସମସ୍ୟା ମଧ୍ୟ ଦୂର ହୋଇଯିବ ।
ନିଟ୍ ପୁନଃ ପରୀକ୍ଷାରେ ସମୟରେ ପୁଣି ଥରେ ପେପର୍ ଲିକ୍ ହେବା ଆଶଙ୍କାରେ ଏହି କଟକଣା ଲାଗୁ କରାଯାଇଥିଲା । କିନ୍ତୁ ଟେଲିଗ୍ରାମ ସୁପ୍ରିମକୋର୍ଟରେ ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଅପିଲ୍ କରି ନିରାଶ ହୋଇଥିଲା । ସୁପ୍ରିମକୋର୍ଟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ ।