ନବରଙ୍ଗପୁର : ପୋଲିସର ବଡ ସଫଳତା। ଜୁଆ ଖେଳ ଚାଲୁଥିଲା ବେଳେ ମାଡ଼ି ବସିଲା ପୋଲିସ । ଲକ୍ଷାଧିକ ଟଙ୍କା ସହ ଗାଡି ଜବତ ୧୪ ଜଣ ଗିରଫ ହୋଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ନେଇ ଏସ୍ପି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ନବରଙ୍ଗପୁର ଥାନା ତାରାଗାଁ ନିକଟରେ ଜୁଆ ଖେଳ ଚାଲୁଥିବା ଖବର ପୋଲିସ ପାଇଥିଲା । ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଯୋଗେ ଜୁଆ ଆଡ୍ଡାରେ ମିଳିତ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ୧୪ ଜଣକୁ ଗିରଫ ସହ ଏକ ଲକ୍ଷ ୬୬ ହଜାର ଟଙ୍କା ,ବାଇକ ଓ ଦୁଇଟି କାର ଜବତ ହୋଇଛି । ଅନ୍ୟପଟେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ସହ ଅଧିକ ତଦନ୍ତ ଚାଲୁଥିବା ଏସ୍ପି ସୂଚନା ଦେଇଛନ୍ତି ।
ସୂଚନା ଥାଉକି ଜିଲ୍ଲାରେ ଅନେକ ସ୍ଥାନରେ ବେଆଇନ ଭାବେ ଜୁଆ ଆଡା ଚାଲିଛି। ଯାହାର ଶିକାର ଅନେକ ଯୁବପିଢି ହେଉଛନ୍ତି। ତେଣୁ ଏହି ଘଟଣା ପରେ ପୋଲିସ ଅଧିକ ତତ୍ପରତା ଦେଖାଇଛି।