ସମ୍ବଲପୁର: ଦେଶରେ ତୈଳ ଓ ରନ୍ଧନ ଗ୍ୟାସ୍ ସମସ୍ୟା ଦେଖାଦେଇଥିବା କିଛି ଅସାଧୁ ବ୍ୟବସାୟୀ ଏହାର ଲାଭ ଉଠାଇବାକୁ ଚେଷ୍ଟା କରୁଛନ୍ତି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଦୁଇଟି ବେଆଇନ ଗ୍ୟାସ ଦୋକାନ ଉପରେ ଚଢ଼ାଉ କରାଯାଇଛି । ଚଢ଼ଉ ବେଳେ ୨୫ ସିଲିଣ୍ଡର ଜବତ କରାଯାଇଛି । ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ଚଢ଼ାଉ କରାଯାଇଛି। ଜବତ ସିଲିଣ୍ଡର ମଧ୍ୟରେ ଖାଲି ଓ ଭର୍ତ୍ତି ସିଲିଣ୍ଡର୍ ରହିଛି । ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ବା ଇସେନସିଆଲ୍ କମୋଡିଟି ଆକ୍ଟରେ ସମସ୍ତ ଜବତ ଗ୍ୟାସ ସିଲିଣ୍ଡରକୁ ସ୍ଥାନୀୟ ଏଲପିଜି ସିଲିଣ୍ଡର ବିତରକଙ୍କୁ ହସ୍ତାନ୍ତର କରାଯାଇଛି ।