ଗଜପତି: ପ୍ରବଳ ବର୍ଷା ଏବଂ ଅନ୍ଧାର ଯୋଗୁଁ ଗଜପତି ମହେନ୍ଦ୍ରଗିରି ପାହାଡ଼ରେ ଫସିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ୨୪ ଜଣ ପର୍ଯ୍ୟଟକଙ୍କୁ ରାସ୍ତା ସଫା କରି ପୋଲିସ ଏବଂ ବନ ବିଭାଗ କର୍ମଚାରୀ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।
କଟକ ଓ ଭୁବନେଶ୍ୱର ୨୪ ଜଣ ପର୍ଯ୍ୟଟକ ମହେନ୍ଦ୍ରଗିରିକୁ ବୁଲିବାକୁ ଯାଇଥିଲେ । ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ପ୍ରଖର ସ୍ରୋତ ବହିଥିଲା । ପର୍ଯ୍ୟଟକ ମହେନ୍ଦ୍ରଗିରି ପହଞ୍ଚିବା ସମୟରେ ବୁରୁଖତ ନିକଟସ୍ଥ ଏକ ବୁଲାଣିରେ ଭୂସ୍ଖଳନ ହୋଇ ମାଟି ଅତଡ଼ା ଧସିଥିଲା । ଫଳରେ ଉକ୍ତ ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥିଲା । ଫଳରେ ପର୍ଯ୍ୟଟକମାନେ ଆଉ ଆସି ପାରିନଥିଲେ । ରାତି ପ୍ରାୟ 10ଟା ବେଳକୁ ଗାଡ଼ାବନ୍ଧ ପୋଲିସ ଓ ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଁଚିଥିଲେ । ପ୍ରଥମେ ପର୍ଯ୍ୟଟକଙ୍କ ନିକଟରେ ଶୁଖିଲା ଖାଦ୍ୟ ଏବଂ ପାଣି ପହଁଚାଯାଇଥିଲା । ଜେସିବି ଦ୍ୱାରା ଅସ୍ଥାୟୀଭାବେ ରାସ୍ତା ମରାମତି କରାଯାଇଥିଲା । ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଥାନାକୁ ଅଣାଯାଇଥିଲା ।
ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସେମାନଙ୍କୁ ଥାନାରେ ଭେଟିବାରେ ପରେ ସମସ୍ତଙ୍କୁ ଯିବାକୁ ଅନୁମତି ମିଳିଥିଲା ।
ଅଧିକ ପଢ଼ନ୍ତୁ- ଭୂସ୍ଖଳନରେ ବାପା-ପୁଅ ନିଖୋଜ: ଘଟଣାସ୍ଥଳରେ ପହଁଚିଲେ ଖଣି ମନ୍ତ୍ରୀ