ଓଡ଼ିଶା ପାଇଁ ଖୁସି ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୭ ଜଣ କରୋନା ଆକ୍ରାନ୍ତ, ୬ ହଜାର ୭୦୩ ଛୁଇଁଲା ଆରୋଗ୍ୟଙ୍କ ସଂଖ୍ୟା
Khabar Odisha:217-Corona-patient-cured-in-Odisha
ଭୁବନେଶ୍ୱର, ଜୁଲାଇ 7( ଖବର ଓଡ଼ିଶା):

 ଓଡ଼ିଶା ପାଇଁ ପୁଣି ଖୁସି ଖବର। ରାଜ୍ୟରେ ପୁଣି କରୋନାରୁ ସୁସ୍ଥ ହେଲେ ୨୧୭ ଆକ୍ରାନ୍ତ ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁ ଥିବାରୁ ଚିନ୍ତା ବଢୁଛି । ଏହାରି ମଧ୍ୟରେ ଆକ୍ରାନ୍ତ ସୁସ୍ଥ ହେଉଥିବା ଖୁସି ଖବର ମଧ୍ୟ ଆସୁଛି । ଆଜି ଏକାଥରେ ୧୭ ଟି ଜିଲ୍ଲାରୁ ୨୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ୨୧୭ ସୁସ୍ଥଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର ୯୬ ଜଣ ଥିବା ବେଳେ ଖୋର୍ଦ୍ଧାର ୧୮ ଜଣ , ବାଲେଶ୍ଵର ୧୬, ମୟୂରଭଞ୍ଜ ୧୫, ବରଗଡ ୧୩, କେଉଁଝର ୧୨, ଝାରସୁଗୁଡ଼ା ୮,  ମାଲକାନଗିରି ୭, ଯାଜପୁର ୬, ଅନୁଗୁଳ ଓ କଟକ ୫ ଜଣ ଲେଖାଏଁ , ଢେଙ୍କାନାଳ ଓ ପୁରୀ ୪ଜଣ ଲେଖାଏଁ ଆରୋଗ୍ୟ ହୋଇଛନ୍ତି ।

ସେହିଭଳି ଜଗତସଂହପୁରର ୩, କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲାର ୨ ଲେଖାଏଁ ଆକ୍ରାନ୍ତ , ବଲାଙ୍ଗୀର ଜିଲ୍ଲାର ଜଣେ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ରାଜ୍ୟରେ ଏହି ନୂଆ ୨୧୭ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁସ୍ଥଙ୍କ ସଂଖ୍ୟା  ୬ ହଜାର ୭୦୩ କୁ ବୃଦ୍ଧି ପାଇଛି ।

  • Tags:

Subscribe

National International State Sports Entertainment