ଭୁବନେଶ୍ୱର : ଆଜି ବିଧାନସଭା ଗୃହରେ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ରାଜ୍ୟରେ ଦୁଇ ଶହ ଗୋଶାଳା ତିଆରି କରାଯିବ । ଗୋମାତାଙ୍କ ସୁରକ୍ଷା ଓ ଯତ୍ନ ପାଇଁ ଏହି ଗୋଶାଳା ନିର୍ମାଣ ହେବ । ଗୋଶାଳା ନିର୍ମାଣ କରିବା ପାଇଁ ସରକାର ମଧ୍ୟ ଋଣ ଦେଉଛନ୍ତି । ସେଥିରୁ ୯୦% ଋଣ ଛାଡ଼ ବ୍ୟବସ୍ଥା ରହିଛି । ଏହାସହିତ ଗୋଖାଦ୍ୟ ପାଇଁ ଦୈନିକ ମିଳିବ ୫୪ ଟଙ୍କା ମଧ୍ୟ ମିଳିବ । ଗୋଶାଳା ନିର୍ମାଣ କରିବାକୁ ସବୁ ବିଧାୟକଙ୍କୁ ଅପିଲ୍ ମଧ୍ୟ ମନ୍ତ୍ରୀ କରିଛନ୍ତି ।
ଗାଈଙ୍କୁ ଆମେ ଦେବତା ଭାବରେ ପୂଜା କରିଥାଉ । ସେମାନଙ୍କ ସୁରକ୍ଷା ପାଇଁ ସରକାର ଗୋଶାଳା ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଉ ଏହି ପ୍ରସଙ୍ଗକୁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଧାନସଭା ଗୃହରେ ମଧ୍ୟ ଉପସ୍ଥାପନା କରିଛନ୍ତି । ଗୋଶାଳା ନିର୍ମାଣ ଦ୍ୱାରା ଗୋମାତାଙ୍କ ସୁରକ୍ଷା ହୋଇପାରିବ । ସେଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।