ହୋଲିରେ ରଙ୍ଗ ଖେଳି ୨୦ ଗୁରୁତର। ହୋଲିରେ ମିଶିଥିବା କେମିକାଲ ରଙ୍ଗ ଲଗାଇ ସମସ୍ତେ ଅସୁସ୍ଥ ହୋଇପଡିଛନ୍ତି। ଏପରିକି ଶରୀରରେ ବିଭିନ୍ନ ସ୍ଥାନରେ ଲୋକଙ୍କର କ୍ଷତ ଦାଗ ସୃଷ୍ଟି ହୋଇଥିଲା। ତେଣୁ ସମସ୍ତ ଅସୁସ୍ଥଙ୍କୁ ତୁରନ୍ତ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏଭଳି ଅଭାବନୀୟ ଦୃଶ୍ୟ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଦେଖିବାକୁ ମିଳିଛି। ତେବେ ଡାକ୍ତର ସମସ୍ତ ରୋଗୀଙ୍କର ଚିକିତ୍ସା କରୁଛନ୍ତି।
ସୂଚନା ଅନୁସାରେ, ଗତ ୨୬ ତାରିଖରେ କଣ୍ଟାବାଞ୍ଜି ସହରର ଅଶୋକନଗର ଓ ଆନନ୍ଦ ନଗରର ୨୦ ଜଣ ଯୁବକଙ୍କୁ କିଛି ଲୋକ କେମିକାଲ ମିଶ୍ରିତ ରଙ୍ଗ ଲଗାଇ ଥିଲେ। ଫଳରେ ସମସ୍ତଙ୍କ ଦେହରେ କ୍ଷତ ସୃଷ୍ଟି ହେବା ସହିତ ଶରୀର ଜଳାପୋଡା ହୋଇଥିଲା। ତେଣୁ ତୁରନ୍ତ ସମସ୍ତ ଗୁରୁତରଙ୍କୁ ଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଭୀମଭୋଇ ମେଡ଼ିକାଲ ହସ୍ପିଟାଲରେକୁ ସ୍ଥାନାନ୍ତର କରାଯାଇଛି। ତେବେ ରଙ୍ଗରେ ବିପଦପୂର୍ଣ୍ଣ କେମିକାଲ ମିଶିଥିବାରୁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି। ତେବେ ଖବର ପାଇ ଘଟଣାସ୍ଥଳରେ ପହଂଚି ଏହି ଘଟଣା ବାବଦରେ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ଏପରିକି କେଉଁ ବ୍ୟକ୍ତି ଏହି କେମିକାଲ ରଙ୍ଗ ଆଣିଲା ତାହାକୁ ନେଇ ମଧ୍ୟ ତଦନ୍ତ ଚାଲିଛି।