ବନ୍ଦେ ଭାରତ ଏକ୍ସପ୍ରେସ୍କୁ ପଥର ମାଡ଼ କରିବା ଅଭିଯୋଗରେ ଆଜି ରେଳବାଇ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଢେଙ୍କାନାଳ ଜିଲ୍ଲା ବୁଢ଼ାପଙ୍କ-ମେରାମଣ୍ଡଳୀ ରେଳ ଷ୍ଟେସନ୍ ମଝିରେ ବନ୍ଦେ ଭାରତ ଏକ୍ସପ୍ରେସ୍କୁ କିଛି ଯୁବକ ପଥର ମାଡ଼ କରିଥିଲେ। ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧାରୋଡ ରେଳବାଇ ପୁଲିସର ସନ୍ଦେହରେ ୨ଜଣ ଯୁବକଙ୍କୁ ପଚରାଉଚରା କରିଥିବା ବେଳେ ଉଭୟ ପଥର ମାରିବା କଥା ମାନି ଯାଇଥିଲେ। ତେବେ ଦୁଇଜଣ ଅଭିଯୁକ୍ତ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବେଲବାହାଳିର ସନ୍ତୋଷ କୁମାର ମହାରଣା ଓ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଈପୁରର ବିଜୟ କୁମାର ଲେଙ୍କା ବୋଲି ଜଣାପଡିଛି।
ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ବୁଢ଼ାପଙ୍କ-ମେରାମଣ୍ଡଳୀ ରେଳ ଷ୍ଟେସନ୍ ମଝିରେ ଗତ ୨୬ ତାରିଖ ସନ୍ଧ୍ୟାରେ ଟ୍ରେନ୍ ନଂ- ୨୦୮୩୫ ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ପଥର ମାଡ଼ ହୋଇଥିଲା। ଏହି ଢେଲା ମାଡ଼ ଘଟଣାରେ ରେଳବାଇ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇ ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବେଲବାହାଳିର ସନ୍ତୋଷ କୁମାର ମହାରଣା ଓ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଈପୁରର ବିଜୟ କୁମାର ଲେଙ୍କା। ରେଳବାଇ ପୋଲିସ ପଚରାଉଚରା କରିବାରୁ ୨ଜଣ ଅଭିଯୁକ୍ତ ଖୁସିରେ ଟ୍ରେନକୁ ପଥର ଫିଙ୍ଗିଥିବା କହିଥିଲେ। ଆଜି ରେଳବାଇ ପୁଲିସ ଅଭିଯୁକ୍ତଙ୍କୁ ଢେଙ୍କାନାଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ହାଜର କରାଇ ସେଠାରେ ଉଭୟଙ୍କୁ ୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛି।