କଟକ: କଟକରେ ଅଘଟଣ। ଗାଧେଇବା ବେଳେ କାଠଯୋଡ଼ିରେ ବୁଡ଼ି ଯାଇ ୨ ଯୁବକ ମୃତ। ମଙ୍ଗଳବାର ଅପରାହ୍ଣରେ ୬ ଜଣ ସାଙ୍ଗ ଏକାଠି କାଠଯୋଡ଼ିକୁ ଗାଧେଇବା ପାଇଁ ଯାଇଥିବା ବେଳେ ଘଟିଛି ଅଘଟଣ । ନଦୀ ଭିତରକୁ ପ୍ରାୟ ଦୁଇଶହରୁ ତିନିଶହ ମିଟର ଭିତରକୁ ଯାଇଥିବା ବେଳେ ଚୋରାବାଲିରେ ଫସି ପାଣିରେ ବୁଡ଼ିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।
କିଛି ସମୟ ଖୋଜାଖୋଜି ପରେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଜଣେ ମୃତକଙ୍କ ନାଁ ଶୁଭମ ଓ ତାଙ୍କ ଘର କଟକର କାଜିବଜାରର ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ଜଣେ ମୃତକ ହେୁଛନ୍ତି ମହିଦାସ ବଜାର ଅଞ୍ଚଳର ଲିପୁ ଦାସ । ଉଭୟଙ୍କ ବୟସ ୨୦ ବର୍ଷ ଭିତରେ ହେବ।