ପୁଣି ଘଟିଛି ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାଟି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଘଟିଛି । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହେବାସହିତ ୩ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରକ କାର ଓ ବସକୁ ଧକ୍କା ଦେଇଥିଲା । ଯାହା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମାଲ ବୋଝେଇ ଟ୍ରକର ବ୍ରେକ୍ ଫେଲ୍ ହେବାରୁ ଟ୍ରକଟି ଭାରସାମ୍ୟ ହରାଇ ପ୍ରଥମେ ବାଇକ ଓ ତାପରେ ରାସ୍ତା ଉପରେ ଛିଡା ହୋଇଥିବା କାରକୁ ଧକ୍କା ଦେଇଥିଲା । ଧକ୍କା ଦେଇସାରିବା ପରେ ଟ୍ରକଟି ଘାଟିରୁ ଓଲଟି ପଡ଼ିଥିଲା । ଓଲଟି ପଡ଼ିବାରୁ ଟ୍ରକ ଡ଼୍ରାଇଭର ସହିତ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମାଲ ବୋଝେଇ ଟ୍ରକରେ କାଜୁ ତେଲ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଟ୍ରକଟି କୋଲକାତା ଅଭିମୁଖେ ଯାତ୍ରାକରୁଥିବା ସମୟରେ ଘଟିଥିଲା ଏମିତି ଏକ ଭୟଙ୍କର ଦୁର୍ଘଟଣା ।
ଆଗକୁ ପଢ଼ନ୍ତୁ : ଦୁର୍ଘଟଣା ନେଲା ଡାକ୍ତରଙ୍କ ଜୀବନ : ଆସନ୍ତା ଡିସେମ୍ବର ମାସରେ ହୋଇଥାନ୍ତା ନିର୍ବନ୍ଧ