ଆଠଗଡକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ବାର ଘଣ୍ଟିଆ ବନ୍ଦ ଡାକରା ଦେଇଛି ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି। କ୍ରିୟାନୁଷ୍ଠାନ ସଭ୍ୟମାନେ ବିଭିନ୍ନ ଛକରେ ଦୋକାନ ବଜାର ବନ୍ଦ କରିବା ସହିତ ଗାଡି ମଟର ଚଳାଚଳ ବନ୍ଦ ରଖିଥିବା ଦେଖିବାକୁ ମିଳିଛି। ବାରମ୍ବାର ଆଠଗଡକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଗତ ଏକ ମାସ ହେବ ଆଠଗଡ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଆସୁଥିଲେ କ୍ରିୟାନୁଷ୍ଠାନ କମିଟି କିନ୍ତୁ ଏହାକୁ ଅଣଦେଖା କରାଯାଉଥିବାରୁ ପୁଣି ଆଜି ସକାଳୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।
ସୂଚନା ଅନୁସାରେ , ଆଜି ଆଠଗଡକୁ ଜିଲ୍ଲା ମାନ୍ୟତା ଦାବି ପାଇଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କ୍ରିୟାନୁଷ୍ଠାନ କମିଟିର ସଭ୍ୟମାନଙ୍କ ତରଫରୁ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଜିଲ୍ଲା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବାରମ୍ବାର ଆଠଗଡକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଗତ ଏକ ମାସ ହେବ ଆଠଗଡ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଆସୁଥିଲେ କ୍ରିୟାନୁଷ୍ଠାନ କମିଟି କିନ୍ତୁ ଏହାକୁ ଅଣଦେଖା କରାଯାଉଥିବାରୁ ପୁଣି ଆଜି ସକାଳୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏଥିରେ କ୍ରିୟାନୁଷ୍ଠାନ କମିଟିଙ୍କ ସହିତ ସେହି ଅଞ୍ଚଳର ବହୁ ବୁଦ୍ଧିଜୀବୀ ଏବଂ ଓକିଲ ସାମିଲ ହୋଇଛନ୍ତି। ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଆଠଗଡ ଡିଏସପିଙ୍କ ନେତୃତ୍ୱରେ ତିନି ପ୍ଲାଟିନ୍ ଫୋର୍ସ ମୁତୟନ ରହିଛନ୍ତି। ସକାଳୁ ସକାଳୁ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ଗାଡି ଚଳାଚଳ ବନ୍ଦ ଥିବାରୁ ଲୋକମାନଙ୍କୁ ଯାତାୟାତ କରିବାରେ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି।
ଅଧିକ ପଢନ୍ତୁ ; ଆଜି ବର୍ଷା ପାଇଁ ସୁନ୍ଦରଗଡ଼ରେ ସ୍କୁଲ ଛୁଟି