ନବରଙ୍ଗପୁର: ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ରାଇଘର ବନ୍ଦ ।୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେଡି । ଏହାର ପ୍ରଭାବରେ ରାଇଘରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ବିଜେଡିର ପ୍ରତିବାଦ। ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବନ୍ଦ ଡାକରା ଦିଆଯାଇଛି। କୋଟିଏ ଟଙ୍କା କ୍ଷତିପୂରଣ ଦାବି କରିଛି ବିଜେଡି । ବିଜେଡି କର୍ମୀ ମାନେ ସକାଳୁ ବିଭିନ୍ନ ଛକରେ ରାସ୍ତା ଅବରୋଧ କରି ବସିଥିବା ଦେଖିବାକୁ ମିଳିଛି। । ଅନ୍ୟପଟେ ଗାଁରେ ନର୍ସିଂ ଛାତ୍ରୀଙ୍କ ମରଶରୀର ପହଁଚିଛି ।