ନୂଆଦିଲ୍ଲୀ: ଦିଲ୍ଲୀରେ ବୁଲା କୁକୁରଙ୍କ ସମସ୍ୟା ବହୁତ ଗମ୍ଭୀର ହେବାରେ ଲାଗିଛି । ଏହାକୁ ଗୁରୁତର ସହ ଗ୍ରହଣ କରି ସୁପ୍ରିମକୋର୍ଟ ସୋମବାର ବଡ ଆଦଶ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଲୟ ୮ ସପ୍ତାହ ଭିତରେ ସମସ୍ତ ବୁଲା କୁୁକୁରଙ୍କୁ ଧରି ଡଗ୍ ସେଲଟର ପଠାଇବାକୁ ଆଦେଶ ଦେଇଛନ୍ତି । ଦେଶର ସବୁଠୁ ବଡ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ପକ୍ଷରୁ ବୁଲା କୁକୁରଙ୍କୁ ଧରିବାରେ ବାଧା ଦିଆଯାଏ ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
କୁକୁରଙ୍କ କାମୁଡିବା ଘଟଣାର ମୁକାବିଲା ପାଇଁ ଅନେକ ନିର୍ଦ୍ଦେଶ ପାରିତ କରି ଜଷ୍ଟିସ ଜେବି ପାରଦିବାଲା ଓ ଜଷ୍ଟିସ ଆର ମହାଦେବନଙ୍କ ପୀଠ କହିନଛନ୍ତି, ବର୍ତ୍ତମାନ ପ୍ରାୟ ୫ ହଜାର ବୁଲା କୁକୁରଙ୍କ ପାଇଁ ସେଲଟର କରାଯାଉ ଏବଂ କୁକୁରଙ୍କ ବନ୍ଧ୍ୟାକରଣ ଓ ଟିକାକରଣ ପାଇଁ ପର୍ଯ୍ୟାନ୍ତ ସଂଖ୍ୟାରେ କର୍ମବାରୀ ମୁତୟନ କରାଯାଉ । ପୀଠ କହିଛନ୍ତି, ବୁଲା କୁକୁରଙ୍କୁ ଡଗ୍ ସେଲଟରରେ ରଖାଯାଉ । ସେମାନଙ୍କୁ ସଡକ, କଲୋନୀ ଓ ସାର୍ବଜନୀନ ସ୍ଥାନରେ ଛଡା ନ ଯାଉ ।
ସୁପ୍ରିମକୋର୍ଟ ଦିଲ୍ଲୀ ସରକାର, ଏମସିଡି ଓ ଏନଡିଏମସିକୁ ଦିଲ୍ଲୀର ସମସ୍ତ ବୁଲା କୁକୁରଙ୍କୁ ହଟାଇବା କାମ ଆରମ୍ଭ କରିବାକୁ କହିଛନ୍ତି । ଏମିତି କି କୌଣସି ନବଜାତ ଓ ଛୋଟ ଶିଶୁ କୁକୁରଙ୍କ ଶିକାର ହେବା ଉଚିତ୍ ନୁହେଁ । ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କୁକୁରଗଡିକୁ ଧରିବା ପରେ ଛଡା ନ ଯାଉ । ସେଲଟରକୁ ସିସିଟିଭି ଜରିଆରେ ନଜର ରଖାଯାଉ । ଯଦ୍ୱାରା ଏହା ସୁନିଶ୍ଚିତ ହୋଇ ପାରିବ ଯେ, କୁକୁର ସେଲଟରରୁ ଖସି ପଳାଇ ନାହାନ୍ତି ।