ବରଗଡ଼: ବରଗଡ଼ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି । ଗାଏସିଲେଟ୍ ଥାନାରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି । ସଂପର୍କୀୟ ଅଜା ଓ ଜଣେ ଦୋକାନୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ପଦ୍ମପୁର ନାବାଳିକା ଜଳିଯିବା ଘଟଣାରେ ଆଇଜି ହିମାଂଶୁ ଲାଲ୍ ଏହି ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପାରିବାରିକ କଳହ ଯୋଗୁ ଆତ୍ମହତ୍ୟା ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସ୍କୁଲ ଯିବା ଓ ମେଡିକାଲ ଯିବାକୁ ନେଇ ଝଗଡ଼ା ହୋଇଥିଲା । ତେବେ ଏହି ଘଟଣା ନେଇ ନାବାଳିକା ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି ଏସପି।
ସୂଚନାଯୋଗ୍ୟ, ସୋମବାର ସକାଳେ ଫିରିଙ୍ଗିମାଲ ଗାଁରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ ୧୩ ବର୍ଷର ନାବାଳିକା । ଅଷ୍ଟମ ଶ୍ରେଣୀରେ ପଢୁଥିବା ନାବାଳିକା ଜଣକ ତାଙ୍କ ମାମୁଘର ଗାଁରେ ଜଳିଯାଇଛନ୍ତି । ତାଙ୍କ ସମ୍ପୂର୍ଣ୍ଣ ଶରୀର ପୋଡ଼ି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ପୁଣି ସଂକଟାପନ୍ନ ଅବସ୍ଥାରେ ବୁର୍ଲା ଭିମସାର୍କୁ ସ୍ଥାନାନ୍ତରିତ କରାଯାଇଥିଲା । ବୁର୍ଲା ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।