ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ ନିଆଁରେ ପୋଡ଼ି ହୋଇ ଆତ୍ମହତ୍ୟା କରିବା ଭଳି ମାମଲାରେ ବଢ଼ିଯାଇଛି । ଯାହାକି ଏକ ଚିନ୍ତାର କାରଣ ପାଲଟିଛି । ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ । ଆଇନଗତ ଦିଗକୁ ଆପଣାଇବାକୁ ପରାମର୍ଶ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ବରଗଡ଼ ଜିଲ୍ଲା ନାବାଳିକା ପୋଡ଼ି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ । ସରକାର ଘଟଣାକୁ ଗୁରୁତର ସହ ନେଇ ପଦକ୍ଷେପ ନେଇଛନ୍ତି । ଏଭଳି ଘଟଣା କିଛି ଦିନ ହେବ ଯାହା ଘଟିଛି ସରକାର ସେ ନେଇ ଗୁରୁତ୍ଵ ଦେଉଛନ୍ତି । ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ । କୌଣସି କାରଣ ପାଇଁ ପୀଡିତ ଓ ପୀଡିତାମାନେ ଆଇନଗତ ଦିଗକୁ ଆପଣାନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ଵାର ଖୋଲା ଅଛି । ସମସ୍ତ ଘଟଣାର ତଦନ୍ତ ନୁହେଁ ଏହାର ନିରାକରଣ କିଭଳି ହେବ ସରକାର ସେ ନେଇ ପଦକ୍ଷେପ ନେଉଛନ୍ତି ।
ସେହିପରି ବିରୋଧୀଙ୍କ ଟାର୍ଗେଟ୍ ନେଇ ଆଇନ ମନ୍ତ୍ରୀ କହିଛନ୍ତି ବିରୋଧୀ କାମ ହେଲା ସତ ମିଛ କହି ସରକାରକୁ ଟାର୍ଗେଟ କରିବା । ଆମେ ବିରୋଧୀଙ୍କ ପାଇଁ ବ୍ୟଥିତ ନାହୁଁ । ଆମେ ବ୍ୟଥିତ ଏଥିପାଇଁ ଯେ ଯେଭଳି ଜୀବନହାନୀ ହେଉଛି । ପୋଲିସ ଯେଉଁ ସ୍ଥାନରେ ଏଫ୍ଆଇଆର୍ ରଖୁନାହିଁ ସେ ଘଟଣା ସାମ୍ନାକୁ ଆସିଲେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ଆଗକୁ ମଧ୍ୟ ନିଆଯିବ ।