ସମ୍ବଲପୁର: ବୁଢ଼ାରାଜା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ଖୁଣ୍ଟ ପଡ଼ି ଜଣେ ଷଷ୍ଠ ଛାତ୍ରଙ୍କ ଅକାଳ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ଦିପୁ ଯାଦବ । ଟ୍ରେନ ଲାଇନ ସଂପ୍ରସାରଣ କାର୍ଯ୍ୟ ଚାଲିଥିବାବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ବୁଢ଼ାରାଜା ସରକାରୀ ନିକଟରେ ରେଳ ବିଭାଗର ରେଳ ଲାଇନ ସଂପ୍ରସାରଣ କାମ ଚାଲୁଥିଲା । ଏହି ଦିପୁ ଯାଦବ ପରିଶ୍ରା ଯିବାକୁ ଶ୍ରେଣୀ ବାହାରକୁ ଆସିଥିଲେ । ଠିକ୍ ଏହି ସମୟରେ ଛାତ୍ରଙ୍କ ଉପରେ ବିଦ୍ୟୁତ ଖୁଣ୍ଟ ପଡ଼ିଯାଇଥିଲା । ତାଙ୍କୁ ତୁରନ୍ତ ସଦର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ରେଳ ବିଭାଗର ଅବହେଳା ଯୋଗୁଁ ଏଭଳି ଏକ ଘଟଣା ଘଟିଛି ବୋଲି ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ରେଳ ଧାରଣା ନିକଟରେ ବିଦ୍ୟାଳୟ ଥିବାବେଳେ ସୁରକ୍ଷା ପାଇଁ କାହିଁକି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇନଥିଲା ବୋଲି ପ୍ରଶ୍ନ କରିଛନ୍ତି ।