ନୂଆଦିଲ୍ଲୀ: କ୍ଷମତାସୀନ ଏନଡିଏ ମେଣ୍ଟର ନେତୃତ୍ୱ ନେଉଥିବା ବିଜେପି ବର୍ତ୍ତମାନ ଦୁଇଟି ନିର୍ବାଚନକୁ ନେଇ ଅକଳରେ ପଡିଥିବା ପରି ଲାଗୁଛି । ପ୍ରଥମ ସେପ୍ଟେମ୍ବର ୯ରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିବା । ଏହା ସହିତ କେନ୍ଦ୍ର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ପରେ ଅଧ୍ୟକ୍ଷ ପଦ ପାଇଁ ନେତାଙ୍କ ଚୟନ କରିବା । ଏହାକୁ ନେଇ ଚର୍ଚ୍ଚା ଚାଲିଛି ଯେ, ପ୍ରାର୍ଥୀ ଚୟନ ନେଇ ବିଜେପି ଓ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ମଧ୍ୟରେ ସହମତି ପ୍ରକାଶ ପାଇ ପାରୁନି । ତେବେ ଏହାକୁ ନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ପାରିବ ନାହିଁ ।
ଗତ ସପ୍ତାହରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଚୟନର ଦାୟିତ୍ୱ ଏନଡିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନଡ୍ଡାଙ୍କ ଉପରେ ଛାଡିଛି । ଏହା ମଧ୍ୟ କୁହାଯାଉଛି ଯେ, ନଡ୍ଡା ଉପରାଷ୍ଟ୍ରପତି ଚୟନ ହେବା ପର୍ଯ୍ୟନ୍ତ ପାର୍ଟି ଅଧ୍ୟକ୍ଷ ପଦରେ ରହିବେ । ନଡଡ୍ା ଏହି ପଦରେ ତିନୋଟି କାର୍ଯ୍ୟକାଳ ରହି ସାରିଛନ୍ତି ।
ଦ ଟ୍ରିବ୍ୟୁନର ରିପୋର୍ଟ ଅନୁସାରେ, ବିଜେପିକୁ ଏମିତି ବ୍ୟକ୍ତିଙ୍କୁ ପଦରୁ ହଟାଇବା ମୁସ୍କିଲ ଯାହାଙ୍କୁ ପିଏମ ମୋଦୀଙ୍କ ସହ ଅଧ୍ୟକ୍ଷ ପଦ ପ୍ରାର୍ଥୀ ଚୟନ କରିବାର ଦାୟିତ୍ୱ ଦିଆଯାଇଛି । କିନ୍ତୁ ସଂଘର ବିଚାର ଭିନ୍ନ ରହିଛି । ଏହି କାରଣରୁ ପାର୍ଟି ପ୍ରମୁଖକୁ ନେଇ ସହମତି ପ୍ରକାଶ ପାଇ ପାରୁନି ।
ସଂଘ ଓ ବିଜେପି ମଧ୍ୟରେ ଅଧ୍ୟକ୍ଷ ପଦକୁ ନେଇ ଆଲୋଚନା ୨୦୨୫ ଜାନୁଆରୀ ୧୨ରୁ ଚାଲି ଆସିଛି । ସେହି ସମୟରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଥିଲା । ଦିଲ୍ଲୀ ନିର୍ବାଚନ କାରଣରୁ ଏହି ଚର୍ଚ୍ଚା ଉପରେ ବିରାମ ଲାଗିଥିଲା ।
ରିପୋର୍ଟ ମୁତାବକ ସଂଘ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନାମକୁ ନେଇ ଇଚ୍ଛୁକ ରହିଛି । ମାତ୍ର ଏହାକୁ ନେଇ ସଂଘ ଓ ବିଜେପି ମଧ୍ୟରେ ସହମତି ପ୍ରକାଶ ପାଇ ପାରୁନି । ଅନ୍ୟପଟେ ଚର୍ଚ୍ଚା ଭୂପେନ୍ଦ୍ର ଯାଦବ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ବରିଷ୍ଠ ନେତାଙ୍କୁ ନେଇ ମଧ୍ୟ ହେଉଛି ।