ଭୁବନେଶ୍ୱର: ୫ ଜିଲ୍ଲାର ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ଆସିଲା । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ୫ ଜିଲ୍ଲା କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକରେ ବନ୍ୟାପାଣି ପଶି ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ଆସଛି । ମୋଟ୍ ୬ କୋଟି ୬୬ ଲକ୍ଷ ୧୭ହଜାର ୫୫ ଟଙ୍କା ଖର୍ଚ୍ଚ ହୋଇଛି । ଉକ୍ତ ଜିଲ୍ଲାର ଜିଲ୍ଲାପାଳମାନେ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛନ୍ତି । ଫସଲ ନଷ୍ଟ ପାଇଁ କ୍ଷତିପୂରଣ ବି ଜିଲ୍ଲାପାଳମାନଙ୍କୁ ପଠାଯାଇଛି । ରିଲିଫ୍ ଖର୍ଚ୍ଚ ହୋଇଛି, ପାଣି ବିଶୋଧନ ଅର୍ଥ ସହ ଘର ନଷ୍ଟ, ଲୁଗା, ବାସନ, ମତ୍ସ୍ୟଜୀବୀ, ଉଦ୍ଧାର କାର୍ଯ୍ୟ ପାଇଁ ଖର୍ଚ୍ଚ ବି ଦିଆଯାଇଛି ।
ଗତ କିଛି ଦିନ ପୂର୍ବରୁ ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ବନ୍ୟାପାଣି ପଶିଥିଲା । ଫଳରେ ଲୋକଙ୍କ ଚାଷଜମିଠୁ ଘର ଭିତରେ ପାଣି ପଶିଥିଲେ । ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବନ୍ୟାପାଣି ଘେରରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ମଧ୍ୟ କରାଯାଇଥିଲା । ଲୋକଙ୍କ କ୍ଷୟକ୍ଷତିର ଆକଳନ ପାଇଁ ମନ୍ତ୍ରୀ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଜିଲ୍ଲାର ଜିଲ୍ଲାପାଳ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ସଂଗ୍ରହ କରି ଦେଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।