କୋରାପୁଟ : ପୁଣି ଗାଁ ଦାଣ୍ଡରେ ବଳଦ ଦଣ୍ଡ । କୋରାପୁଟ ବନ୍ଧୁଗାଁ ଚିଡିବାଲସା ଗାଁରେ ପୁଣି ଜଣେ ଯୁବକ-ଯୁବତୀଙ୍କୁ ମିଳିଛି ବଳଦ ଦଣ୍ଡ । ହଳ ଲଙ୍ଗଳ ପକାଇ ଦୁଇ ଜଣକୁ ପୁରା ଗାଁରେ ବୁଲାଇଛନ୍ତି ଗ୍ରାମବାସୀ । ସୂଚନା ଅନୁଯାୟୀ ସମ୍ପର୍କୀୟ ଭାଇ ଭଉଣୀ ପ୍ରେମକରି ବାହା ହୋଇଥିବା ଅଭିଯୋଗ କରି ପରମ୍ପରା ଅନୁସାରେ ପୂଜା ପାଠ ପରେ ହଳ ଲଙ୍ଗଳ ପକାଇ ବୁଲାଇଲେ I ଆଲୋମଣ୍ଡା ଗ୍ରାମ ପଂଚାୟତ ଚିଡି ବାଲସା ଗାଁର ପୁଅ, ପେଦାଲଡା ଗାଁର ଝିଅକୁ ବିବାହ କରିଥିଲେ । ତେବେ ସମ୍ପର୍କରେ ସେମାନେ ଭାଇ ଭଉଣୀ ହୋଇଥିବା ଅଭିଯୋଗ କରି ରବିବାର ଗାଁରେ ଉଭୟଙ୍କୁ ଶୁଦ୍ଧି ନାଁରେ ଶାସ୍ତି ପାଇଁ ଲଙ୍ଗଳ ଧରି ବୁଲାଇଛନ୍ତି ।
ସେହିପରି ପୂର୍ବରୁ ମଧ୍ୟ ଥରେ କୋରାପୁଟ ନାରାୟଣପାଟଣା ବ୍ଲକରେ ଜଣେ ପ୍ରେମୀଯୁଗଳଙ୍କୁ ଏହିପରି ଭାବେ ହଳ ବୁଲାଇଥିଲେ । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏପିରିକି ଘଟଣାରେ ପ୍ରଶାସନ ପକ୍ଷରୁ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।