ବରଗଡ: ଗତ କିଛି ମାସ ହେବ ରାଜ୍ୟରେ ନାବାଳିକା ହେଉ କି ଯୁବତୀ ପୋଡି ମାମଲା ବଢିବାରେ ଲାଗିଛି । ସୌମ୍ୟାଶ୍ରୀ କେସ୍ ପରେ ଘଟିଥିଲା ବଳଙ୍ଗା ଘଟଣା । ଏହି ଦୁଇ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପଟ୍ଟାମୁଣ୍ଡାଇରେ ଯୁବତୀଙ୍କୁ ଘରେ ଜଳିଯିବାର ଲୋମହର୍ଷଣକାରୀ ଘଟଣା ଘଟିଥିଲା । ଏହି ଘଟଣାର ତଦନ୍ତ ଚାଲିଥିବା ପୁଣି ଥରେ ସାମ୍ନାକୁ ଆସିଛି ନାବାଳିକା ଜଳିଯିବା ଘଟଣା । ଫୁଟବଲ ପଡିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନାବାଳିକା ଉଦ୍ଧାର ହୋଇଛନ୍ତି । ଗାଏସିଲେଟ୍ ଥାନା ଫିରିଙ୍ଗିମାଲ ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା ।
ଏକ ପଡିଆରେ ନାବାଳିକା ନିଜକୁ ଜାଳି ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି । ନାବାଳିକା ମାମୁଘର ଗାଁରେ ଜଳି ଯାଇଥିବା କୁହାଯାଉଛି । ତେବେ କେମିତି ନାବାଳିକା ଜଳିଗଲେ କାରଣ ଅସ୍ପଷ୍ଟ ରହିଛି । ପଡିଆରୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଜରିଆରେ ନାବାଳିକାକୁ ବରଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ନାବାଳିକା ନିଜେ ନିଜକୁ ଜାଳିଛନ୍ତି ନା ତାଙ୍କୁ କିଏ ଜାଳି ଦେଇଛି । ନାବାଳିକା ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।