ଭଦ୍ରକ: ଜାତୀୟ ରାଜପଥରେ ଜଳିଲା ଗୋ-ଚାଲାଣ ଗାଡ଼ି । ବେଆଇନଭାବେ ଗୋଚାଲାଣର ଖବର ପାଇ ପିକଅପ ଭ୍ୟାନକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ । ଭଦ୍ରକ ୧୬ନଂ ଜାତୀୟ ରାଜପଥ ନଳାଙ୍ଗ ପେଟ୍ରୋଲ ପମ୍ପ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, କୌଣସି ସୂତ୍ରେ ଖବରପାଇ ସ୍ଥାନୀୟ ଗୋ-ସେବକମାନେ ଗୋରୁ ବୋଝେଇ ଗାଡିକୁ ନଳାଙ୍ଗ ଛକରେ ଥିବା ଏକ ପେଟ୍ରୋଲ ପମ୍ପ ସମୁଖ ରାସ୍ତାରେ ଅଟକାଇଥିଲେ । ଏହାପରେ ଗାଡି ଭିତରୁ ୧୨ ଗୋରୁଙ୍କୁ ଉଦ୍ଧାର କରିଥିଲେ । ପରେ ଗାଡିରେ ନିଆଁ ଲଗାଇଦେଇଥିଲେ । ଫଳରେ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ଵରେ ଦୀର୍ଘ ଘଣ୍ଟାଏ ଧରି ଗାଡି ଚଳାଚଳ ବନ୍ଦ ରହିଥିଲା ।
ତେବେ ଏନେଇ ଖବରପାଇ ଗ୍ରାମାଞ୍ଚଳ ପୋଲିସଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେପଟେ ଘଟଣାସ୍ଥଳରୁ ପିକଅପ୍ ଗାଡି ଡ୍ରାଇଭର ଫେରାର୍ ହୋଇଯାଇଛି । ଏହି ପିକ ଅପ ଗୋରୁ ବୋଝେଇ ଗାଡ଼ି ପାଣିକୋଇଲି ଅଞ୍ଚଳ ରୁ ଆସୁଥିବା ନେଇ ସୂଚନା ମିଳିଛି ।
ଅଧିକ ପଢନ୍ତୁ: ବିଚ୍ ରାସ୍ତାରେ ଆଇନଜୀବୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ରିକ୍ସା ଚାଳକ; ଆକ୍ରମଣର କାରଣ ଅସ୍ପଷ୍ଟ