ଯାଜପୁର: ବନ୍ୟା ପାଣି ଛାଡି ଯାଇଛି କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅଧିନସ୍ତ ବୈତରଣୀର ଶାଖା କାଣି ନଦୀରେ ଘାଇ ସୃଷ୍ଟି ହୋଇ ଅନେକ କ୍ଷତି ହୋଇଛି ।ଦଶରଥପୁରର ମୁଖ୍ୟତଃ କସପା, ଅହିୟାସ, ମଲିକାପୁର ଆଦି ଅଞ୍ଚଳ ପ୍ରବଳ କ୍ଷତି ଗ୍ରସ୍ତ ହୋଇଛି । ଉକ୍ତ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । ସ୍ଥିତିର ଅନୁଧ୍ୟାନ ପାଇଁ ସାଂସଦ, ବିଜେପି ନେତା ଓ ଜ଼ିଲ୍ଲାପାଳ ଲୋକ ଙ୍କ ପାଖରେ ପହଂଚି ଅସୁବିଧା ବୁଝିଛନ୍ତି । ଏହି ସମୟରେ ବନ୍ୟାରେ ପ୍ରଭାବିତ ହୋଇଥିବା ଅଂଚଳର ଲୋକମାନେ କାନ୍ଦି କାନ୍ଦି ଜିଲ୍ଲାପାଳଙ୍କୁ ସମସ୍ୟା ବଖାଣିଛନ୍ତି ।
ପାଣି ଛାଡ଼ିଛି ସତ କିନ୍ତୁ ଉଜୁଡି ଯାଇଛି ଚାଷ । ଲୋକମାନେ ହରାଇଛନ୍ତି ତାଙ୍କ ବାସଗୃହ । ସାଂସଦ ରବି ନାରାୟଣ ବେହେରା ବନ୍ୟାଞ୍ଚଳ ପରିଦର୍ଶନ କରି ସରକାରୀ ସ୍ତରରେ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।