କଟକ : ଅନଲାଇନରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଘଟଣା I ଏହି ଆପକୁ ଚଲାଉଥିବା ଓଡ଼ିଶା ମୁଖ୍ୟ ଭଦ୍ରକରୁ ଗିରଫ ହୋଇଛି I
ସୂଚନା ଅନୁଯାୟୀ ‘ହ୍ୟୁଜ୍’ ଆପ୍ଲିକେସନ୍ ସାହାଯ୍ଯରେ ଅନଲାଇନ ଠକେଇ କରି କଟକ ଦରଘାବଜାର ଅଂଚଳର ଦୁଇଶହ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ମୁଖ୍ଯ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ। ଗିରଫ ଅଭିଯୁକ୍ତ ହେଉଛି ବାଲେଶ୍ଵର ଜିଲ୍ଲାର ପାର୍ଥସାରଥୀ ଦାସ। ସେ ବାଦାମବାଡି ଏଲଆଇସି କଲୋନୀରେ ଏକ ଅଫିସ ଖୋଲି ହ୍ୟୁଜ ଆପରେ ନିବେଶ କରିବା ପାଇଁ ପ୍ରବର୍ତ୍ତାଇବା ପରେ ପ୍ରାୟ ଦୁଇଶହରୁ ଅଧିକ ଲୋକ ୧୬ହଜାର ପାଞ୍ଚଶହ ଟଙ୍କା କରି ଲଗାଇଥିଲେ। ପ୍ରଥମେ କିଛି ଲୋକ ପଇସା ଲାଭ ଆକାରରେ ପାଇଲେ। ଏହାସହ ଭିଡିଓକୁ ଷ୍ଟାର ରେଟିଙ୍ଗ ଦେଲେ ଦିନକୁ ୪୧ ଟଙ୍କା ହିସାବରେ ମାସକୁ ଏହି ଟଙ୍କା ପ୍ରଦାନ କରୁଥିଲେ । ତେବେ ପରେ ସେମାନଙ୍କୁ ଆଉ ୪୯୦୦ ଟଙ୍କା ଡିପୋଜିଟ କରିବାକୁ କୁହାଗଲା। ତେବେ ଏହା କଲା ପରେ ମଧ୍ଯ ଟଙ୍କା ଫେରିଲାନି। ପରେ ସେମାନେ ପୋଲିସର ଦ୍ବାରସ୍ଥ ହୋଇଥିଲେ। ପୋଲିସ ଅଭିଯୁକ୍ତ କୁ ଧରିବା ସହ ତାଠାରୁ ମୋବାଇଲ, ୬୮ ହଜାର ଟଙ୍କା,ବ୍ଯାଙ୍କ ଡିପୋଜିଟ୍, କମ୍ପାନୀ କାଗଜ, ସିମ କାର୍ଡ ଜବତ କରିଛି। ଏହା ଏକ ବଡ ନେଟୱର୍କ ହୋଇଥିବାରୁ ପୋଲିସ ତଦନ୍ତ ଜାରିରଖିଛି।