ସୋର: ଝିଅ ଜନ୍ମ ଦିନରେ ବାପାର ମୃତ୍ୟୁ ହୋଇଛି । ଝିଅର ଜନ୍ମ ଦିନକୁ ଧୂମଧାମରେ ପାଳନ କରିବା ପାଇଁ ବାପା ବଜାରକୁ କେକ୍ ଆଣିବାକୁ ଯାଇଥିଲେ । ହେଲେ କିଏ ଜାଣିଥିଲା ସେ ଖୁସି , ଏତେ ବଡ ଦୁଃଖରେ ପରିଣତ ହୋଇଯିବ । ଏପରି ଏକ ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି ।
ସୂଚନା ଅନୁସାରେ, ଗୋପିନାଥପୁର ପଞ୍ଚାୟତ ମଙ୍ଗଳପୁରର ଜଣେ ଯୁବକ ଝିଅ ଜନ୍ମ ଦିନ ପାଳନ ପାଇଁ ଖୁସିରେ କେକ୍ କିଣିବାକୁ ଯାଇଥିଲେ । ବାଗୁଡ଼ି ବଜାର ପାଖରେ ଏକ ଟ୍ରକ୍ ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି । ଏନେଇ ପୋଲିସ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି । ଏହି ଘଟଣା ପରେ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।