ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଛାତ୍ରୀନିବାସରେ ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଇନ୍ଦ୍ରାବତୀ ଛାତ୍ରୀନିବାସର ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ମୃତ ଦେହ ମିଳିଛି । ମୃତ ଛାତ୍ରୀ ଜଣକ ହେଲେ ଥୁଆମୂଳ ରାମପୁର ବ୍ଲକ୍ ବିରୋକୋଟ୍ ଗ୍ରାମର ବୋଲି ଜଣାପଡ଼ିଛି । ସେ ବାଣିଜ୍ୟ ବିଭାର ଯୁକ୍ତ ୨ର ପ୍ରଥମ ବର୍ଷ ଛାତ୍ରୀ ଥିଲେ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଏ ନେଇ ପୁଲିସ ଓ ତାଙ୍କ ପରିବାରକୁ ଖବର ଦିଆଯାଇଛି । ତାଙ୍କ ପରିବାର ଲୋକ ଆସି କଲେଜରେ ପହଁଚିଛନ୍ତି ।
ଅପର ପକ୍ଷେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚିଛନ୍ତି । ତେବେ ଛାତ୍ରୀ ଜଣକର ଗତକାଲି ରାତିରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଏହା ହତ୍ୟାକାଣ୍ଡ ନାଁ ଆତ୍ମହତ୍ୟା ସେ ନେଇ କିଛି ସ୍ପଷ୍ଟ ହୋଇ ପାରି ନ ଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଝିଅର ଏପରି ଆକସ୍ମିକ ମୃତ୍ୟୁରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ସୂଚନା ମିଳିଛି ।