ଭାୟାକମ୍ ୧୮ ଭାରତୀୟ ଦଳର ଘରୋଇ ମ୍ୟାଚ୍ ର ପ୍ରସାରଣ ଅଧିକାର କିଣିବାରେ ଅନ୍ୟ ସମସ୍ତଙ୍କୁ ପରାସ୍ତ କରିଛି ଏବଂ ଟିଭି ସହିତ ଡିଜିଟାଲ୍ ରେ ଏହି ଅଧିକାର କିଣିବାରେ ସଫଳ ହୋଇଛି । ଭାରତୀୟ କ୍ରିକେଟ୍ ଦଳର ଘରୋଇ ମ୍ୟାଚ୍ ପାଇଁ ପ୍ରସାରଣ ଅଧିକାର ହାସଲ କରିବା ପାଇଁ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଇ-ନିଲାମ ପ୍ରକ୍ରିୟା ଆୟୋଜିତ ହୋଇଥିଲା। ଏଥିରେ ଭାୟାକମ୍ ୧୮ ଟିମ୍ ଇଣ୍ଡିଆର ଆନ୍ତର୍ଜାତୀୟ ଘରୋଇ ମ୍ୟାଚ୍ ର ଟିଭି ଏବଂ ଡିଜିଟାଲ୍ ପ୍ରସାରଣ ଅଧିକାର ହାସଲ କରିଛି । ଏହା ସହିତ ବର୍ତ୍ତମାନ ଏହି ଚୁକ୍ତି ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଘରୋଇ ଦିନିକିଆ ସିରିଜରୁ ଆରମ୍ଭ ହେବ । ଡିଜ୍ନି ପ୍ଲସ ହଟଷ୍ଟାର ମଧ୍ୟ ଟିମ୍ ଇଣ୍ଡିଆ ମ୍ୟାଚ୍ ର ମିଡିଆ ଅଧିକାର ପାଇବା ପାଇଁ ବିଡ୍ ଲରିଥିଲା, କିନ୍ତୁ ସେ ସଫଳ ହୋଇପାରିଲେ ନାହିଁ ।
ଏହାପୂର୍ବରୁ, ଟିମ୍ ଇଣ୍ଡିଆର ଘରୋଇ ମ୍ୟାଚ୍ ପ୍ରସାରଣ କରିବାର ଅଧିକାର ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କ ସହିତ ଥିଲା, ଯାହାକି ଗତ ୧୧ ବର୍ଷ ଧରି କ୍ରମାଗତ ଭାବରେ ଟିଭିରେ ପ୍ରସାରଣ କରିଆସୁଥିଲା । ବର୍ତ୍ତମାନ ଭାୟାକମ୍ ୧୮ ସେମାନଙ୍କୁ ପରାସ୍ତ କରି ଡିଜିଟାଲ୍ ତଥା ଟିଭିରେ ଅଧିକାର ହାସଲ କରିଛି । କ୍ରିକବଜ୍ ରିପୋର୍ଟ ଅନୁଯାୟୀ ଭାୟାକମ୍ ୧୮ ଏକ ମ୍ୟାଚ୍ ପାଇଁ ୬୭.୮ କୋଟି ଟଙ୍କା ଟେଣ୍ଡର ଦେଇଛି, ଯାହା ଗତଥର ତୁଳନାରେ ୭.୮ କୋଟି ଟଙ୍କା ଅଧିକ। ସେପ୍ଟେମ୍ବର ମାସରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜ୍ ସହିତ ଆରମ୍ଭ ହେବାକୁ ଥିବା ଏହି ଚୁକ୍ତିରେ ଭାୟାକମ୍ ୧୮ ଆସନ୍ତା ୫ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆର ୮୮ ଟି ଆନ୍ତର୍ଜାତୀୟ ମ୍ୟାଚ୍ ପ୍ରଦର୍ଶନ କରିବାର ସୁଯୋଗ ପାଇବ । ଏହି ଚୁକ୍ତିନାମା ମାର୍ଚ୍ଚ ୨୦୨୮ ମାସରେ ଶେଷ ହେବ | ବର୍ତ୍ତମାନ ଟିମ୍ ଇଣ୍ଡିଆର ଘରୋଇ ମ୍ୟାଚ୍ ର ଲାଇଭ୍ ଷ୍ଟ୍ରିମିଂ ଜିଓ ସିନେମା ଆପ୍ ରେ ହେବ ।
ଅଧିକ ପଢନ୍ତୁ,ଆଜିଠୁ କ୍ରିକେଟ ବିଶ୍ୱକପ ଟିକେଟ୍ ବିକ୍ରି ଆରମ୍ଭ,ଜାଣନ୍ତୁ କେମିତି ବୁକ୍ କରିବେ ଟିକେଟ୍