ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଧୋନୀଙ୍କ ଅବସରକୁ ନେଇ ଫ୍ୟାନ୍ସ ମାନେ ଖୁବ୍ ଦୁଃଖି ହୋଇଯାଇଛନ୍ତି । ଏହାମଧ୍ୟରେ ପୂବର୍ତନ କିମ୍ବଦନ୍ତୀଖେଳାଳି ତଥା ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର ନିଜ ପ୍ରତିକ୍ରିୟା ରଖି ନିଜର ଶେଷ ଇଚ୍ଛା ଜଣାଇଛନ୍ତି ।
ଜୀବନର ଶେଷ ମୁହୂର୍ତରେ ମୁଁ ଯଦି ୨ ମିନିଟ୍ ପାଏ, କ୍ରିକେଟ୍ ଜଗତର ଦୁଇଟି ଅବିସ୍ମରଣୀୟ ମୁହୂର୍ତକୁ ଦେଖିବାକୁ ଚାହିଁବି। ଭାବବିହ୍ବଳ ହୋଇ ନିଜର ଇଛାକୁ ଏମିତି ସ୍ପଷ୍ଟ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର । ମୁଁ ମରିବା ପୂର୍ବରୁ ୧୯୮୩ ମସିହାର ଦୃଶ୍ୟ ଦେଖିବାକୁ ଚାହୁଁଛି। ଗୋଟିଏ ହେଉଛି ୧୯୮୩ ମସିହାରେ କପିଳ ଦେବ ବିଶ୍ବକପ୍ ଟ୍ରଫି ତୋଳି ଧରିବା ଏବଂ ଦ୍ବିତୀୟଟି ୨୦୧୧ ବିଶ୍ବକପ୍ ଫାଇନାଲ୍ରେ ମହେନ୍ଦ୍ର ସିଂହ ଧୋନି ବିଜୟୀ ଛକା ମାରିବା ପରେ କିଭଳି କଚଟିରେ ବ୍ୟାଟ୍ ଘୁରାଇଥିଲେ। ଏହି ଦୁଇଟି ମୁହୂର୍ତକୁ ଦେଖିପାରିଲେ ମୁଁ ଖୁସିରେ ଓ ଶାନ୍ତିରେ ମରିପାରିବି’। ଧୋନୀ ଆଉ କପିଳଙ୍କ ପାଇଁ ଏହାଠାରୁ ବଡ଼ ଆଉ କ’ଣ ବା ହୋଇପାରେ?
କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ପରେ ଚେପକରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ‘ଲ୍ୟାପ୍ ଅଫ୍ ଅନର୍’ପ୍ରଦାନ କରାଯାଇଥିଲା। ଆଉ ଏହି ମ୍ୟାଚରେ ବ୍ୟାଟିଂ କିମ୍ବଦନ୍ତୀ ସୁନିଲ ଗାଭାସ୍କରଙ୍କ ସହ କମେଣ୍ଟ୍ରି କରୁଥିଲେ ପୂର୍ବତନ ଇଂଲଣ୍ଡ କ୍ରିକେଟର୍ କେଭିନ୍ ପିଟରସନ୍ । ସେହିଦିନ ଗାଭାସ୍କର ଧୋନିଙ୍କ ଠାରୁ ଅଟୋଗ୍ରାଫ ନେଇଥିଲେ ।