ଲା ଲିଗାର ବ୍ରାଣ୍ଡ ଆମ୍ବାସଡ଼ର ହେଲେ ରୋହିତ, ଭାଙ୍ଗିଲା ଫୁଟବଲର ବର୍ଷ ବର୍ଷର ପୁରୁଣା ପରମ୍ପରା
Khabar Odisha:sports--cricket--odisha-la-liga-names-rohit-sharma-as-brand-ambassador
ନୂଆଦିଲ୍ଲୀ, ଡିସେମ୍ବର୧୨ (ଖବର ଓଡ଼ିଶା):

ଦୁନିଆର ଖ୍ୟାତାନାମ ଫୁଟବଲ କ୍ଲବ ସ୍ପେନର ଲା ଲିଗା ଭାରତୀୟ କ୍ରିକେଟ୍ ଦଳର ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କୁ ଭାରତରେ ନିଜର ବ୍ରାଣ୍ଡ ଆମ୍ବାସଡ଼ର ନିଯୁକ୍ତ କରିଛି। ରୋହିତ ଭାରତରେ  ଏହି ଲିଗର ଚେହେରା ହେବେ। ଏହା ସହିତ ରୋହିତ ଲା ଲିଗା ଫୁଟବଲ ଲିଗରେ ପ୍ରଥମ ଅଣ ଫୁଟବଲ ଖେଳାଳି ଭାବେ ବ୍ରାଣ୍ଡ ଆମ୍ବାସଡ଼ର ହେବାର ଉପଲବ୍ଧି ହାସଲ କରିଛନ୍ତି। 

ଲା ଲିଗା କ୍ଲବ ପ୍ରଥମ ଥର ବିଶ୍ଵସ୍ତରରେ ନିଜର ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଫୁଟବଲ କ୍ଷେତ୍ରର ବ୍ୟକ୍ତିତ୍ଵକୁ ବାହାର କରି ଅଣ ଫୁଟବଲ ବ୍ୟକ୍ତିଙ୍କୁ ଆମ୍ବାସଡ଼ର କରିଛି। ରୋହିତ କ୍ଲବର ଇତିହାସରେ ପ୍ରଥମ ଅଣ ଫୁଟବଲ ଖେଳାଳି ଅଟନ୍ତି, ଯାହାଙ୍କୁ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଚୟନ କରାଯାଇଛି। ୨୦୧୭ରୁ ଭାରତ ଲା ଲିଗା ଖେଳର ପ୍ରସାର ଲାଗି ଅନେକ ପଦକ୍ଷେପ ଉଠାଇଛି। 

ରୋହିତ ଲା ଲିଗା ପରି ପ୍ରତିଷ୍ଠିତ କ୍ଲବର ଆମ୍ବାସଡ଼ର ହେବା ନେଇ ଖୁସି ପ୍ରକାଶ କରି କହିଛନ୍ତି ଯେ, ଭାରତରେ ଫୁଟବଲ ଖେଳକୁ ନେଇ ଉତ୍ସାହ ବହୁତ ବଢ଼ିଛି। ଗତ ପାଞ୍ଚ ବର୍ଷରେ ଫୁଟବଲରେ ଭାରତ ବହୁତ ଭଲ ପ୍ରଦର୍ଶନ କରିଛି। ଦେଶରେ ଏହି ଖେଳକୁ ନେଇ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ କମ ନୁହଁ।

ସେ କହିଛନ୍ତି ମୁଁ ଭାରତରେ ଫୁଟବଲକୁ ଲୋକପ୍ରିୟ କରିବା ଲାଗି ନିଜ ପକ୍ଷରୁ ଉଦ୍ୟମ କରିବି। ସ୍ପେନ୍ କ୍ଲବ ମଧ୍ୟ ଭାରତୀୟ ଫୁଟବଲ ପ୍ରତି ରୁଚି ଦେଖାଇଛି ଏବଂ ତୃଣମୂଳ ସ୍ତରରେ ଅନେକ କାର୍ୟ୍ୟ କ୍ରମ ଆରମ୍ଭ କରିଛି।

Subscribe

National International State Sports Entertainment