ଦକ୍ଷିଣ ଆଫ୍ରିକା ଏବଂ ନେପାଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏକ ରୋମାଞ୍ଚକର ଅନ୍ତ ଘଟିଛି । ଶେଷ ଓଭରର ଶେଷ ବଲରେ ବାଜି ମାରିଛି ଦକ୍ଷିଣ ଆଫ୍ରିକା । ଶେଷ ବଲରେ ୨ ରନ ଆବଶ୍ୟକତା ଥିବାବେଳେ ଦକ୍ଷିଣ ଆଫ୍ରିକା ୧ ରନରେ ବିଜୟ ହାସଲ କରିଛି । ଜିତିବା ପାଇଁ ନେପାଳକୁ ଶେଷ ଦୁଇ ଓଭରରେ ୧୬ ରନ ଆବଶ୍ୟକତା ଥିଲା। ବ୍ୟାଟ୍ସମ୍ୟାନ କୁଶାଲ ଓ ସୋମ୍ପାଲ କ୍ରିଜରେ ଉପସ୍ଥିତ ଥିଲେ। ଏନ୍ରିକ୍ ନର୍କିଆ ଓଭରରେ ୧୯ ତମ ଓଭରରେ ୮ ରନ ଦେଇ କୁଶାଲଙ୍କ ୱିକେଟ୍ ନେଇଥିଲେ। ଜିତିବା ପାଇଁ ନେପାଳକୁ ଶେଷ ଓଭରରେ ୮ ରନ ଆବଶ୍ୟକ ଥିବାବେଳେ କ୍ରିଜରେ ବ୍ୟାଟ୍ସମ୍ୟାନ ଗୁଲଶନ ଉପସ୍ଥିତ ଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ଶେଷ ଓଭର ବୋଲିଂ କରିବାକୁ ଓଟନିଲ ବାର୍ଟମ୍ୟାନ୍ ଆସିଥିଲେ।
ପ୍ରଥମ ଓ ଦ୍ୱିତୀୟ ବଲ ଡଟ ବଲ ହୋଇଥିଲା । ତୃତୀୟ ବଲରେ ଗୁଲଶନ କଭର ଉପରେ ଏକ ଚମତ୍କାର ଚୌକା ମାରିଥିଲେ । ନେପାଳକୁ ଶେଷ ତିନୋଟି ବଲରେ ଚାରି ରନ ଆବଶ୍ୟକ ଥିଲା। ଚତୁର୍ଥ ବଲରେ ଗୁଲଶନ ଦୁଇ ରନ ସ୍କୋର କରିଥିଲେ । ନେପାଳ ଏକ ବଡ ବିଜୟ ହାସଲ କରିବାର ଅତି ନିକଟତମ ଥିଲା । ଦୁଇଟି ବଲରେ ଦୁଇ ରନ ଥିବାବେଳେ ପଞ୍ଚମ ବଲ ଡଟ୍ ବଲ ହୋଇଥିଲା । ଜିତିବା ପାଇଁ ଶେଷ ବଲରେ ଦୁଇ ରନ ଆବଶ୍ୟକ ଥିଲା ଏବଂ ଡ୍ର ପାଇଁ ଗୋଟିଏ ରନ ଆବଶ୍ୟକ ଥିଲା । ଶେଷ ବଲରେ ଗୁଲଶନ ଡଟ ହୋଇ ରନ ନେବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଫିଲ୍ଡର ବଲକୁ ଷ୍ଟମ୍ପରେ ମାରିବା ଫଳରେ ରନ ଆଉଟ ହୋଇଥିଲା ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ଜିତିଥିଲା ।
ଅଧିକ ପଢନ୍ତୁ : ହାତୀ ଆକ୍ରମଣରେ ଫରେଷ୍ଟଗାର୍ଡ ଗୁରୁତର