ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରେଞ୍ଜ ମଘାମରା ଅଞ୍ଚଳକୁ ସଇଁତଲା ରେଞ୍ଜରୁ ୧୨ ଟିକିଆ ହାତୀ ପଲ ଆସିଥିଲେ । ଖବର ପାଇ ବନ ବିଭାଗର ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଲୋକଙ୍କ ଧନଜୀବନ କିପରି ନଷ୍ଟ ନହେବ ସେଥିପ୍ରତି ଦୃଷ୍ଟି ଦେବା ସହ ହାତୀ ମାନଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ପ୍ରଚେଷ୍ଟା ଜାରି ରଖିଥିଲା । ହାତୀ ମାନଙ୍କୁ ଘଉଡ଼ାଇବାବେଳେ ପାଟଣାଗଡ଼ ରେଞ୍ଜର ପାରା ଫରେଷ୍ଟ ସ୍କ୍ୱାଡ଼ର ଫରେଷ୍ଟ ଗାର୍ଡ ଉତ୍ତମ ସିଂଙ୍କୁ ଦୁଇଟି ହାତୀ ଆକ୍ରମଣ କରିଥିଲେ । ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡ ଗୁରୁତର ହୋଇଥିଲେ । ଘଟଣା ପରେ ଫରେଷ୍ଟ ଗାର୍ଡଙ୍କୁ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା ଓ ପରେ ଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ହାତୀ ଦେଖିବା ପାଇଁ ଲୋକେ ଭିଡ ଜମାଇଥିବାରୁ ଏଭଳି ହୋଇଥିବା କହିଛନ୍ତି ଫରେଷ୍ଟ ଗାର୍ଡ ଉତ୍ତମ ସିଂ ।
ଅଧିକ ପଢନ୍ତୁ : ବୋହୂ ସରପଞ୍ଚ, ଶ୍ବଶୁର ବାଂଟୁଥିଲେ ଭତ୍ତା, ବିରୋଧ କରିବାରୁ ହେଲା ଠେଲାପେଲା