ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚର ପ୍ରଥମ ଇନିଂସ ଶେଷ ହୋଇଛି । ଦକ୍ଷିଣ ଆଫ୍ରିକାକୁ ଜିତିବାକୁ ହେଲେ ୩୨୭ ରନର ଆବଶ୍ୟକତା ରହିଛି । ବିରାଟ କୋହଲି ୪୯ ତମ ଶତକ କରି ସଚିନ ତେନ୍ଦୁଲକରଙ୍କ ଶତକ ସହ ସମାନ କରିଦେଇଛନ୍ତି । ବିରାଟ କୋହଲି ସର୍ବାଧିକ ୧୦୧ ରନ ସଂଗ୍ରହ କରିଥିବାବେଳେ ଶ୍ରେୟସ ଆୟାର ୭୭ ରନ କରିଥିଲେ । ଭାରତୀୟ ଅଧିନାୟକ ରୋହିତ ଶର୍ମା ଦମଦାର ବ୍ୟାଟିଂ ୨୪ ବଲରେ ୪୦ ରନ ସଂଗ୍ରହ କରିଥିଲେ । ସୂର୍ଯ୍ୟକୁମାର ଯାଦବ ଓ ରବୀନ୍ଦ୍ର ଜାଡେଜା ମଧ୍ୟ ଭଲ ବ୍ୟାଟିଂ କରିଥିଲେ ଶେଷ ସ୍କୋର ଯୋଡ଼ିଥିଲେ । ଦକ୍ଷିଣ ଆଫ୍ରିକାକୁ ଯିତିବାକୁ ହେଲେ ଭାରତୀୟ ଦ୍ରୁତ ବୋଲରଙ୍କୁ ସାମ୍ନା କରିବାକୁ ପଡିବା । ଦୁଇ ଦଳ ଟେବୁଲର ଶୀର୍ଷରେ ଥାଇ ମଧ୍ୟ ଆଜିର ମ୍ୟାଚ ଜିତି ପ୍ରଥମ ସ୍ଥାନ ଅଧିକାର କରିବାକୁ ଚେଷ୍ଟା କରିବେ ।
ଅଧିକ ପଢନ୍ତୁ : ଆଜି ସୁପର ସନ 'ଡେ ରେ ହେବ ସୁପର ଫାଇଟ : ଅପରାଜୟ ଭାରତ ସହ ଲଢ଼ିବ ସାଉଥ ଆଫ୍ରିକା