ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ରିଷଭ ପନ୍ତ, ଯଶପ୍ରୀତ ବୁମରା, କେଏଲ୍ ରାହୁଲ ଏବଂ ଶ୍ରେୟସ ଅୟର ଅଭ୍ୟାସ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଭାରତୀୟ କ୍ରିକେଟରୁ ଦୀର୍ଘ ଦିନ ଧରି ଆଘାତ ଯୋଗୁଁ ବିଶ୍ରାମ ନେଇଥିବା ଖେଳାଳି ବର୍ତ୍ତମାନ ପୁଣି ପଡିଆକୁ ଓହ୍ଲାଇଲେଣି, ବହୁତ ଦିନ ପରେ ପୁଣି କ୍ରିକେଟ କୀଟ୍ ଉଠେଇଥିବାରୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ବେସ ଖୁସି ଅଛନ୍ତି । ଆଗକୁ ଏସିଆ କପ୍ ଏବଂ ଏହା ପରେ ବିଶ୍ୱକପ୍ ହେବାକୁ ଯାଉଛି । ଦୁଇ ଦୁଇଟି ବଡ ଟୁର୍ଣ୍ଣାମେଣ୍ଟରେ ଅଭିଜ୍ଞ ଖେଳାଳିଙ୍କ ଆବଶ୍ୟକତା ରହିଛି ।
୧୮ ଅଗଷ୍ଟରୁ ଆରମ୍ଭ ହେବ ଭାରତ ଆୟାରଲ୍ୟାଣ୍ଡ ଟି୨୦ ମୁକାବିଲା । ଯାହାର ଦଳ ଘୋଷଣା ହୋଇଯାଇଛି ଏବଂ ଦୀର୍ଘ ଦିନ ପରେ ଇଣ୍ଡିଆ ଟିମକୁ ଫେରିଛନ୍ତି ଦ୍ରୁତଗାମୀ ବୋଲର ଯଶପ୍ରୀତ ବୁମରା । ଏଥର କେବଳ ଖେଳାଳି ନୁହେଁ ବରଂ ଅଧିନାୟକ ଭୂମିକାରେ ମଧ୍ୟ ଦେଖିବାକୁ ମିଳିବେ ଯଶପ୍ରୀତ ବୁମରା । ସେହିପରି ରିଷଭ ପନ୍ତ ମଧ୍ୟ ଦୀର୍ଘ ଦିନ ପରେ ବ୍ୟାଟ ଧରି ଖେଳୁଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହେଉଛି । ବିଶ୍ୱକପ୍ ପୂର୍ବରୁ ସବୁ ଖେଳାଳି କିପରି ଫିଟ୍ ହେବେ ସେ ନେଇ ସବୁ କ୍ରୀଡ଼ାପ୍ରେମୀ ଆଶା ରଖିଛନ୍ତି ।
ଅଧିକ ପଢନ୍ତୁ,କେ.ଏଲ୍ ରାହୁଲଙ୍କ ଫିଟନେସକୁ ନେଇ ଏନସିଏର ରିପୋର୍ଟ