କେ.ଏଲ୍ ରାହୁଲଙ୍କ ଉପଲବ୍ଧତା ସପ୍ତାହ କିମ୍ବା ଆସନ୍ତା ସପ୍ତାହ ଆରମ୍ଭରେ ସ୍ପଷ୍ଟ ହୋଇଯିବ । ଆଗକୁ ଭାରତୀୟ ବ୍ୟାଟ୍ସମ୍ୟାନ୍ ବେଙ୍ଗାଲୁରୁରେ ଏକ ଅଭ୍ୟାସ ଖେଳରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଯେଉଁଠି କେ.ଏଲ୍ ରାହୁଲ ମଧ୍ୟ ଖେଳିପାରନ୍ତି । ଏକ ଅନ୍ତର୍ଜାତୀୟ ପ୍ରତ୍ୟାବର୍ତ୍ତନ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପୂର୍ବରୁ ସେ ଦୁଇଟି ମ୍ୟାଚରେ ମଧ୍ୟ ପ୍ରଦର୍ଶନ କରିପାରନ୍ତି ।
ବର୍ତ୍ତମାନର ମୁହୂର୍ତ୍ତରେ, ଏହା କୁହାଯାଇପାରେ ଯେ ରାହୁଲ ଶତପ୍ରତିଶତ ଫିଟ୍ ନାହାଁନ୍ତି। ବେଙ୍ଗାଲୁରୁରେ ଥିବା ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ଏପର୍ଯ୍ୟନ୍ତ ବୋର୍ଡ ଅଫ୍ କଣ୍ଟ୍ରୋଲ ଫର କ୍ରିକେଟ୍ ଇନ ଇଣ୍ଡିଆ (ବିସିସିଆଇ) ଏବଂ ଜାତୀୟ ଚୟନ କମିଟିକୁ କେ.ଏଲ୍ ରାହୁଲଙ୍କ ଫିଟନେସକୁ ନେଇ କୌଣସି କ୍ଲିନ ଚିଟ୍ ଦେଇନାହାନ୍ତି । ଏହାର ଅର୍ଥ ଏହା ନୁହେଁ କି ସେ ଫିଟ୍ ନାହାନ୍ତି କିନ୍ତୁ ଏ ନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ । ଏଇ ସପ୍ତାହ କିମ୍ବା ଆସନ୍ତା ସପ୍ତାହ ସୁଦ୍ଧା କେ.ଏଲ୍ ରାହୁଲଙ୍କ ଫିଟନେସକୁ ନେଇ ତଥ୍ୟ ସାମ୍ନାକୁ ଆସିଯିବ । କେ.ଏଲ୍ ରାହୁଲଙ୍କ ବ୍ୟାଟିଂ ଓ କିପିଙ୍ଗକୁ ଧ୍ୟାନରେ ରଖି ଏନସିଏ ବିଶେଷଜ୍ଞ ସୂଚନା ଦେବେ । କିନ୍ତୁ ଶୁଣିବାକୁ ମିଳୁଛି ଯେ କେ.ଏଲ୍ ରାହୁଲ ଫିଟ୍ ଅଛନ୍ତି ଆଉ ଆଗାମୀ ଏସିଆ କପରେ ମଧ୍ୟ ଖେଳୁଥିବାର ଦେଖିବାକୁ ମିଳିପାରେ ।କେ.ଏଲ୍ ରାହୁଲ ଭାରତୀୟ ଦଳରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ଭାରତୀୟ ମିଡିଲ ଅର୍ଡରରେ ରାହୁଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଆଉ ମୁଖ୍ୟ କଥା ହେଲା ରାହୁଲ କିପିଙ୍ଗ ମଧ୍ୟ କରିପାରନ୍ତି । ବର୍ତ୍ତମାନ ଭାରତୀୟ ଦଳରେ ଋଷବ ପନ୍ତଙ୍କ ଅନୁପସ୍ଥିତିରେ ରାହୁଲ କିପିଙ୍ଗ କରିବାରେ ସକ୍ଷମ ହେଲେ ଭାରତୀୟ ଦଳକୁ ଜଣେ ଅଧିକ ବ୍ୟାଟ୍ସମ୍ୟାନ ଖେଳାଇବାକୁ ସୁଯୋଗ ମିଳନ୍ତା । ହେଲେ କେ.ଏଲ୍ ରାହୁଲ କେତେ ଫିଟ୍ ଆଉ ଅଳ୍ପ ଦିନ ମଧ୍ୟରେ ଜଣା ପଡିବ ।