ଅକ୍ଟୋବର ୫ ରୁ ଭାରତରେ ଆୟୋଜନ ହେବାକୁ ଯାଉଥିବା ଦିନିକିଆ ବିଶ୍ୱକପ ୨୦୨୩ ପୂର୍ବରୁ ଭାରତୀୟ ଦଳରେ ବଡ ପରିବର୍ତ୍ତନ କରାଯାଇଛି । ଭାରତର ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । ଦିନିକିଆ ବିଶ୍ୱକପ ୨୦୨୩ ପୂର୍ବରୁ ଗୁରୁବାର ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି। ଅନ୍ତିମ ୧୫ ସଦସ୍ୟ ବିଶିଷ୍ଟ ଦଳରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଅକ୍ସର ପଟେଲଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଆହତ ଅକ୍ସର ପଟେଲଙ୍କ ବଦଳରେ ଶେଷ ମୁହୂର୍ତ୍ତରେ ଅଶ୍ୱିନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଆଘାତରେ ପୀଡିତ ଅଲରାଉଣ୍ଡର ଅକ୍ସର ପଟେଲ ଦଳରୁ ବାଦ ପଡିଛନ୍ତି । ଶେଷ ମୁହୂର୍ତ୍ତରେ ଭାରତୀୟ ଦଳରେ ଏହି ପରିବର୍ତ୍ତନ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ୩୬ ବର୍ଷୀୟ ଅଶ୍ୱିନ୍ ଭାରତର ଏକଦିବସୀୟ ଦଳରେ ସାମିଲ ହୋଇଥିଲେ।
ଅଶ୍ୱିନ ଦଳ ସହିତ ଗୁଆହାଟୀ ଯାଇଛନ୍ତି, ଯେଉଁଠାରେ ସେ ୩୦ ସେପ୍ଟେମ୍ବରରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବେ । ବିଶ୍ୱକପ ବିଷୟରେ କହିବାକୁ ଗଲେ ଅଶ୍ୱିନ ଭାରତ ପାଇଁ ୩ଟି ବିଶ୍ୱକପ ଖେଳିଛନ୍ତି। ସେ ହାରାହାରି ୨୪.୮୮ ରେ ୧୦ ଟି ମ୍ୟାଚରେ ୧୭ ଟି ୱିକେଟ୍ ନେଇଛନ୍ତି। ଆଇସିସି କହିଛି ଯେ ଆଗାମୀ କ୍ରିକେଟ୍ ବିଶ୍ୱକପ୍ରେ ଅକ୍ସର ପଟେଲଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସ୍ଥାନ ଦିଆଯାଇଛି ।
ଭାରତର ବିଶ୍ୱକପ୍ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ସୂର୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ) ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି, ମହମ୍ମଦ ସିରାଜ ଏବଂ ରବିଚନ୍ଦ୍ରନ ଅଶ୍ୱିନ।
ଅଧିକ ପଢନ୍ତୁ: ୭ ବର୍ଷ ପରେ ଭାରତ ମାଟିରେ ପାଦଦେଲେ ପାକିସ୍ତାନ କ୍ରିକେଟ୍ ଟିମ୍