ଚଳିତ ଆଇପିଏଲରେ ଲଗାତାର ୬ ଟି ମ୍ୟାଚ ଜିତି ପ୍ଲେଅଫ ରେ ପ୍ରବେଶ କରିବା ପରେ ଏଲୀମିନେଟରରୁ ବାଦ ପଡିଲା ବେଙ୍ଗାଲୁରୁ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏଲୀମିନେଟର ମ୍ୟାଚରେ ୪ ୱିକେଟ୍ ରେ ବାଜି ମାରିଛି ରାଜସ୍ଥାନ ରୟାଲ୍ସ । ରବିଚନ୍ଦ୍ରନ ଅଶ୍ୱିନ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେବା ସହ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଥିଲେ ।
ତେବେ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା ରାଜସ୍ଥାନ । ପରେ ବିରାଟ କୋହଲି(୩୩) ଏବଂ ଫାଫ ଡୁ ପ୍ଲେସିସ(୧୭) ଭଲ ଆରମ୍ଭ କରିଥିଲେ ମଧ୍ୟ ପଞ୍ଚମ ଓଭରରେ ପ୍ରଥମ ୱିକେଟ୍ ହରାଇଥିଲେ । ପରେ ଗ୍ରୀନ ୨୭, ରାଜତ୍ୱ ପତିଦର ୩୪, ଲୋମରର ୩୨, କାର୍ତିକ ୧୧, ସ୍ୱପ୍ନିଳ ୯ ଏବଂ କର୍ଣ ଶର୍ମା ୫ ରଂ ସଂଗ୍ରହ କରିଥିଲେ । ରାଜସ୍ଥାନ ପକ୍ଷରୁ ଆଭେଶ ଖାନ ସର୍ବାଧିକ ୩ ଟି ୱିକେଟ୍ ନେଇଥିବାବେଳେ ଅଶ୍ୱିନ ୨, ବୋଲ୍ଟ ୧ , ଚହଲ ୧ ଏବଂ ସନ୍ଦୀପ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ପ୍ରଥମ ଇନିଂସରେ ଅତିକମରେ କୌଣସି ଅର୍ଦ୍ଧଶତକ ଦେଖିବାକୁ ମିଳିନଥିଲା ଏବଂ ଦ୍ଵିତୀୟ ଇନିଂସରେ ମଧ୍ୟ ରାଜସ୍ଥାନର କୌଣସି ବ୍ୟାଟ୍ସମ୍ୟାନ ଅତିକମରେ ଅର୍ଦ୍ଧଶତକ କରିବାରେ ଅସଫଳ ରହିଥିଲେ । କିନ୍ତୁ ୨୦ ଓଭରରେ ନିର୍ଦ୍ଧାରିତ ୧୭୩ ରନର ଲକ୍ଷ୍ୟକୁ ପିଛା କରି ୟଶସ୍ଵୀ ଜେସୱାଲ ୪୫, ଟମ୍ କୋହଲର ୨୦, ସଂଜୁ ସାମସନ ୧୭, ରିୟାନ ପରାଗ ୩୬, ଧ୍ରୁବ ଯୁରେଲ ୮, ସିମରନ ହେଟମାୟାର ୨୬ ଏବଂ ରୋମାନ ପାୱେଲ ୧୬ ସଂଗ୍ରହ କରିଥିଲେ । ମହମ୍ମଦ ଶିରାଜ ୨ ଟି ୱିକେଟ୍ ନେଇଥିଲାବେଳେ କ୍ୟାମେରନ ଗ୍ରୀନ ଗୋଟିଏ, ଲକି ଫର୍ଗସନ ଗୋଟିଏ ଏବଂ କର୍ଣ ଶର୍ମା ଗୋଟିଏ ୱିକେଟ୍ ନେଇଥିଲେ ।
ଅଧିକ ପଢନ୍ତୁ : ବର୍ଷା ସାଜିବ ବେଙ୍ଗାଲୁରୁ ପାଇଁ କାଳ, ଖେଳ ନହେଲେ କ୍ୱାଲିଫାୟାର ୨ ରେ ରାଜସ୍ଥାନ