ଚଳିତ ଆଇପିଏଲରେ ଖେଳାଯାଇଥିବା ମ୍ୟାଚ ଗୁଡିକରେ ଘରୋଇ ମୈଦାନରେ ଖେଳୁଥିବା ଦଳ ବିଜୟ ହାସଲ କରୁଛନ୍ତି । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଆଜିର ମ୍ୟାଚ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ । ରାଜରାସ୍ତାର ହୋମ ଗ୍ରାଉଣ୍ଡ ହୋଇଥିବାରୁ ରାଜସ୍ଥାନ ମ୍ୟାଚ ଜିତିବ ବୋଲି ଅନୁମାନ କରାଯାଉଛି । କିନ୍ତୁ ଦିଲ୍ଲୀ ନିଜର ପ୍ରଥମ ମ୍ୟାଚ ଜିତିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବ । ଚଳିତ ବର୍ଷ ଋଷବ ପନ୍ତ ଦଳର ଅଧିନାୟକ ଦାୟିତ୍ୱକୁ ଫେରିଛନ୍ତି । ପ୍ରଥମ ମ୍ୟାଚରେ ପରାଜୟର ସାମ୍ନା କରିଥିଲେ ମଧ୍ୟ ଦୃଢ ପ୍ରତ୍ୟାବର୍ତ୍ତନ ପାଇଁ ଲକ୍ଷ୳ ରଖିଛନ୍ତି । ପ୍ରଥମ ମ୍ୟାଚରେ ଦିଲ୍ଲୀ, ପଞ୍ଜାବ ଠାରୁ ୪ ୱିକେଟ୍ ରେ ପରାସ୍ତ ହୋଇଥିଲା । ରାଜସ୍ଥାନ ପ୍ରଥମ ମ୍ୟାଚରେ ଲକ୍ଷ୍ନୌକୁ ୨୦ ରନରେ ପରାସ୍ତ କରିଥିଲା । ଅନ୍ୟପକ୍ଷରେ ପଏଣ୍ଟସ ଟେବୁଲରେ ନଜର ପକାଇଲେ ରାଜସ୍ଥାନ ଗୋଟିଏ ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟସ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି । ଦିଲ୍ଲୀ ପରାଜୟ ସହ ପଏଣ୍ଟସ ଟେବୁଲର ୮ ମ ସ୍ଥାନରେ ରହିଛି ।
ରାଜସ୍ଥାନ ରୟାଲ୍ସର ସମ୍ଭାବ୍ୟ ୧୧ : - ଜସ ବଟଲର୍, ୟଶସ୍ୱୀ ଜେସୱାଲ୍, ସଞ୍ଜୁ ସାମସନ୍ (ଅଧିନାୟକ, ୱିକେଟ୍ କିପର), ରିୟାନ ପରାଗ, ସିମରନ ହେଟମାୟର, ରୋଭମାନ ପାୱେଲ, ଧ୍ରୁଭ ଜୁରେଲ, ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଆଭେଶ ଖାନ, ଟ୍ରେଣ୍ଟ ବୋଲ୍ଟ
ଦିଲ୍ଲୀ କ୍ୟାପିଟାଲ୍ସର ସମ୍ଭାବ୍ୟ ୧୧ : - ଡେଭିଡ ୱାର୍ନର, ମିଚେଲ ମାର୍ଶ, ଅଭିଷେକ ପୋରେଲ, ରିକି ଭୁଇ, ଋଷଭ ପନ୍ତ, ଟ୍ରିଷ୍ଟନ ଷ୍ଟବ୍ସ, ଅକ୍ସର ପଟେଲ, ସୁମିତ କୁମାର, ଆନରିକ ନରକୀୟ, କୁଲଦୀପ ଯାଦବ, ଖଲିଲ ଏହମଦ, ଇଶାନ୍ତ ଶର୍ମା
ଅଧିକ ପଢନ୍ତୁ : ୩୧ ରନରେ ଜିତିଲା ସନରାଇଜର୍ସ ହାଇଦ୍ରାବାଦ