ଗତ କାଲି ଅପରାହ୍ନରେ ଚଣ୍ଡିଗଡ଼ରେ ଉଦଘାଟନ ହୋଇଥିବା ମୂଲନପୁର କ୍ରିକେଟ ଷ୍ଟାଡିୟମରେ ଚଳିତ ଆଇପିଏଲର ଦ୍ଵିତୀୟ ମ୍ୟାଚ ଖେଳାଯାଇଥିଲା । ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବ ୪ ୱିକେଟ୍ ରେ ବାଜି ମାରିଛି ଏବଂ ମ୍ୟାଚର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି ସାମ କରନ । ଦିଲ୍ଲୀ ଦ୍ୱାରା ଦିଆଯାଇଥିବା ୧୭୪ ରନର ଲକ୍ଷ୳କୁ ପିଛା କରି ପଞ୍ଜାବ ୪ ୱିକେଟ୍ ଏବଂ ୧୯.୨ ଓଭରରେ ମ୍ୟାଚକୁ ଜିତିବାରେ ସଫଳ ହୋଇଛି ।
ଟସ ଜିତି ବୋଲିଂର ନିଷ୍ପତି ନେଇଥିଲା ପଞ୍ଜାବ । ପ୍ରଥମେ ବ୍ୟାଟିଂ କରି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବା ସହ ୨୦ ଓଭର ଶେଷ ସୁଦ୍ଧା ୧୭୪ ରନ କରିବାରେ ସକ୍ଷମ ହୋଇଥିବା ଦିଲ୍ଲୀ । ମନ୍ଥର ଗତିରେ ଚାଲିଥିବା ମ୍ୟାଚରେ ଅଭିଷେକ ପୋରେଲ ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହ ୧୦ ଟି ବଲରେ ୩୨ ରନ ସଂଗ୍ରହ କରିଥିଲେ ଯାହା ଫଳ ସ୍ୱରୂପ ଦିଲ୍ଲୀ ଏକ ସମ୍ମାନ ଜନକ ସ୍ଥିତିରେ ପହଞ୍ଚିପାରିଲା । ଅର୍ଶଦୀପ ସିଂ ଏବଂ ହର୍ସଲ ପଟେଲ ୨ଟି ଲେଖାଏଁ ୱିକେଟ୍ ନେଇଥିଲାବେଳେ ରବାଡା, ହରପ୍ରିତ ବ୍ରାର ଏବଂ ରାହୁଲ ଚହର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଦ୍ଵିତୀୟ ଇନିଂସରେ ଶିଖର ଧାୱନ ଏବଂ ପ୍ରଭସିମରନ ସିଂ ଆଟାକିଙ୍ଗ ବ୍ୟାଟିଂ କରିବା ସହ ଖୁବ ଶୀଘ୍ର ୱିକେଟ୍ ହରାଇଥିଲେ । ଏହା ପରେ ସାମ କରନ ଗୋଟିଏ ପଟେ ପାରିକୁ ସମ୍ଭାଳିବା ସହ ଦଳକୁ ବିଜୟ ଦ୍ୱାର ପର୍ଯ୍ୟନ୍ତ ନେବାରେ ସଫଳ ହୋଇଥିଲେ । ସାମ କରନ ଏବଂ ଲିଅମ ଲିବିଙ୍ଗଷ୍ଟନଙ୍କ ସହଭାଗିତାରେ ପଞ୍ଜାବ ମ୍ୟାଚକୁ ଜିତିବାରେ ସଫଳ ହୋଇଥିଲା । ସାମ କରନ ୪୭ ବଲରେ ୬୩ ରନ କରିଥିଲାବେଳେ ଲିଅମ ଲିବିଙ୍ଗଷ୍ଟନଙ୍କ ୨୧ ବଲରେ ୩୮ ରନ ସଂଗ୍ରହ କରିଥିଲେ ।
ଅଧିକ ପଢନ୍ତୁ : ଦୀର୍ଘ ଦେଢ ବର୍ଷ ପରେ କ୍ରିକେଟ ମଇଦାନକୁ ଓହ୍ଲାଇଲେ ଋଷଭ ପନ୍ତ