ଏସିଆ କପର ପ୍ରଥମ ମ୍ୟାଚ୍ ଶେଷ ହୋଇଛି । ପ୍ରଥମ ମ୍ୟାଚ୍କୁ ପାକିସ୍ତାନ ୨୩୮ ରନରେ ଜିତି ଯାଇଛି । ବାବର ଆଜମ ସର୍ବାଧିକ ୧୫୧ ରନ କରି ମ୍ୟାନ ଅଫ ଦ ମ୍ୟାଚ୍ ହୋଇଛନ୍ତି । ପାକିସ୍ତାନ ସର୍ବମୋଟ ୩୪୨ ରନ କରିଥିବାବେଳେ ନେପାଳ ୧୦୪ ରନରେ ଅଲ ଆଉଟ ହୋଇଛି । ପାକିସ୍ତାନ ପକ୍ଷରୁ ସଦାବ ଖାନ ସର୍ବାଧିକ ୪ଟି ୱିକେଟ୍ ନେଇଛନ୍ତି ।
ଶେଷ ହୋଇଛି ଏସିଆ କପର ପ୍ରଥମ ମ୍ୟାଚ, ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିଥିଲା ନେପାଳ । ପାକିସ୍ତାନ ଟସ ଜିତି ବ୍ୟାଟିଙ୍ଗର ନିର୍ଣ୍ଣୟ ନେଇଥିଲା । ପ୍ରଥମରୁ ନେପାଳ ୨ଟି ୱିକେଟ୍ ନେବାରେ ସଫଳ ହୋଇଥିଲା । କିନ୍ତୁ ବ୍ୟାଟିଙ୍ଗକୁ ସମ୍ଭାଳି ଥିଲେ ଅଧିନାୟକ ବାବର ଆଜମ ଏବଂ ରିଜୱାନ୍ । ରିଜୱାନ୍ ୪୪ ରନ କରି ୱିକେଟ୍ ହରାଇଥିଲେ । ପରେ ବାବର ଆଜମ ଏବଂ ଇଫତୀକାର ଏହମଦ ପାରିକୁ ସମ୍ଭାଳିଥିଲେ । ବାବର ୧୫୧ ରନ କରିଥିବାବେଳେ ଇଫତୀକାର ୧୦୯ ରନ କରି ନଟ ଆଉଟ ରହିଥିଲେ । ଯାହାଫଳରେ ପାକିସ୍ତାନ ୩୪୨ ରନ କରିବାରେ ସଫଳ ହୋଇଥିଲା । ନେପାଳ ପକ୍ଷରୁ କରଣ ୯ଓଭରରେ ୫୪ ରନ ଦେଇ ୩ଟି ୱିକେଟ୍ ନେଇଥିବାବେଳେ ଗୁଲସନ ୪ ଓଭରରେ ୩୫ ରନ ଦେଇ ୩ଟି ୱିକେଟ୍ ନେଇଥିଲେ । ଦ୍ଵିତୀୟ ଇନିଂସରେ ପାକିସ୍ତାନର ବୋଲିଙ୍ଗ ସାମ୍ନାରେ ଧରାଶାୟୀ ହୋଇପଡିଥିଲେ ନେପାଳର ବ୍ୟାଟ୍ସମ୍ୟାନ । ମାତ୍ର ୧୦୪ ରନ କରି ଅଲ ଆଉଟ ହୋଇଯାଇଥିଲା ନେପାଳର ପୁରା ଟିମ୍ । ପାକିସ୍ତାନ ପକ୍ଷରୁ ସଦାବ ଖାନ ସର୍ବାଧିକ ୪ଟି ୱିକେଟ୍ ନେଇଥିବାବେଳେ ହାରିଷ ରଫ ୨ଟି , ଶାହୀନ ଆଫ୍ରିଦି ୨ଟି, ମହମ୍ମଦ ନୱାଜ ଗୋଟିଏ ଏବଂ ନସିମ ସାହ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ । ବାବର ଆଜମ ସର୍ବାଧିକ ୧୫୧ ରନ କରି ମ୍ୟାନ ଅଫ ଦ ମ୍ୟାଚ୍ ହୋଇଥିଲେ । ଆଜିର ମ୍ୟାଚ୍ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବାବେଳେ ଆଜିର ମ୍ୟାଚ୍ ପଲେକେଲେ ଷ୍ଟାଡିୟମରେ ଖେଳାଯିବ । ଏହା ପରେ ଭାରତ ପାକିସ୍ତାନ ମହା ମୁକାବିଲା ସେପ୍ଟେମ୍ବର ୨ରେ ପଲେକେଲେ ଷ୍ଟାଡିୟମରେ ଖେଳାଯିବ ।
ଅଧିକ ପଢନ୍ତୁ,ଆଜିଠୁ କ୍ରିକେଟ ବିଶ୍ୱକପ ଟିକେଟ୍ ବିକ୍ରି ଆରମ୍ଭ,ଜାଣନ୍ତୁ କେମିତି ବୁକ୍ କରିବେ ଟିକେଟ୍