ରଣଜୀ ରୋମାଞ୍ଚକର ମ୍ୟାଚରେ ହରିୟାଣାକୁ 1ୱିକେଟରେ ହରାଇ ଶୀର୍ଷରେ ଓଡିଶା
Khabar Odisha:odisha-won-ranji-match-defeat-haryana-in-1-wicket
ରୋହତକ,ଜାନୁଆରୀ ୧୪ (ଖବର ଓଡ଼ିଶା):

ରଣଜୀ ଟ୍ରଫି ଗ୍ରୁପ ସିର ଏକ ରୋମାଞ୍ଚକର ମୁକାବିଲାରେ ହରିୟାଣାକୁ 1 ୱିକେଟରେ ହରାଇଲା ଓଡିଶା । ହରିୟାଣାର ରୋହତକରେ ଖେଳାଯାଇଥିବା ମ୍ୟାଚରେ ଓଡିଶା, ହରିୟାଣାକୁ ୧ ୱିକେଟରେ ହରାଇ 6 ପଏଣ୍ଟ ପାଇଥିବାବେଳେ ହରିୟାଣାକୁ 0 ପଏଣ୍ଟ ମିଳିଛି । ଦ୍ୱିତୀୟ ଇଂନିସରେ ୧୭୯ ରନର ଟାର୍ଗେଟକୁ ପିଛା କରି ୯ ୱିକେଟ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି ଓଡିଶା । ସମ୍ପୂର୍ଣ୍ଣ ମ୍ୟାରେ ଚତ୍ମକାର ବୋଲିଂ କରି ୧୧ଟି ୱିକେଟ୍ ସହ ସଫଳ ପ୍ରଦର୍ଶନ ପାଇଁ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଛି । 

ରୋହତକରେ ଖେଳା ଯାଇଥିବା ଏହି ମ୍ୟାଚରେ ଓଡ଼ିଶା ଟସ ଜିତି ବୋଲିଂ ନିଷ୍ପତି ନେଇଥିଲା, ବ୍ୟାଟି କରିଥିବା ହରିୟାଣା ପ୍ରଥମ ଇନିଂସରେ ଓଡ଼ିଶା ଦ୍ରୁତ ବୋଲର ଉଚିତ ମୁକାବିଲା କରିନପାରି ମାତ୍ର ୯୦ ରନ କରି ଅଲଆଉଟ ହୋଇଥିଲା । ଓଡିଶା ପ୍ରଥମ ଇନିଂସରେ ବିପ୍ଲବ ସମନ୍ତରାୟଙ୍କ ଅର୍ଦ୍ଧଶତକ ବଳରେ ୧୬୦ ରନ କରିଥିବାବେଳେ । ହରିୟାଣା ଦ୍ୱିତୀୟ ଇନିଂସରେ 248 କରିବାର ସକ୍ଷମ ହୋଇଥିଲା । ଓଡିଶାକୁ ବିଜୟ ପାଇଁ ୧୭୯ ରନ ଦରକାର ଥିଲା । ଗତକାଲି ଖେଳ ଶେଷ ସୁଦ୍ଧା ଓଡିଶା ୭ ୱିକେଟ୍ ହରାଇ ସଙ୍କଟରେ ପଡିଥିଲା ଆହୁରି 32 ରନର ଆବଶ୍ୟକତା ଥିବାବେଳେ ହାତରେ ମାତ୍ର 3ଟି ୱିକେଟ ବାକି ରହିଥିଲା । ହେଲେ ଆଜି ଚତୁର୍ଥ ଦିନର ଖେଳ ଆରମ୍ଭରୁ ନିମ୍ନ କ୍ରମରେ ବୋଲର ରାଜେଶ ମହାନ୍ତିଙ୍କ ଉପ ଯୋଗୀ ୨୩ ରନ ବଳରେ ଓଡିଶା ଏହି ରୋମାଞ୍ଚକର ବିଜୟ ହାସଲ କରିଛି । ଏହି ବିଜୟ ସହ ୫ଟି ମ୍ୟାଚରୁ ଚତୁର୍ଥ ବିଜୟ ପାଇ ଗ୍ରୁପର ଶୀର୍ଷ ସ୍ଥାନରେ ରହିଛି ଓଡ଼ିଶା ।

Subscribe

National International State Sports Entertainment