ଆଇପିଏଲ ୨୦୨୬ ର ୫୨ ତମ ମ୍ୟାଚରେ ଆଜି ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଟାଇଟନ୍ସ ମୁହାଁମୁହିଁ ହେବାକୁ ଯାଉଛନ୍ତି । ପ୍ଲେଅଫ ଦୌଡ଼ରେ ଆଗୁଆ ରହିବା ପାଇଁ ଆଜିର ମ୍ୟାଚ ରାଜସ୍ଥାନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ମ୍ୟାଚ ପୂର୍ବରୁ ଟିମ ସହ ଭେଟିଛନ୍ତି ରାଜସ୍ଥାନ ରୟାଲ୍ସ ନୂଆ ମାଲିକ । ନିକଟରେ ରାଜସ୍ଥାନ ରୟାଲ୍ସର ସର୍ବାଧିକ ସେୟାର କିଣିଥିବା ଲକ୍ଷ୍ମୀ ମିତ୍ତଲ ଓ ତାଙ୍କ ପରିବାର ଦଳର ଖେଳାଳିଙ୍କ ସହ ପଡିଆରେ ଭେଟିଛନ୍ତି ।
ରାଜସ୍ଥାନ ନିଜ ଘରୋଇ ମୈଦାନରେ ଗୁଜୁରାଟ ବିପକ୍ଷ ମ୍ୟାଚ ଖେଳିବ । ଏହି ମ୍ୟାଚ ପୂର୍ବରୁ ଶୁକ୍ରବାର ମିତ୍ତଲ ପରିବାର ଶୁକ୍ରବାର ସୱାଇ ମାନସିଂହ ଷ୍ଟାଡିୟମରେ ପହଞ୍ଚିଛନ୍ତି । ଏହି ସମୟରେ ଖେଳାଳି ମାନେ ଅଭ୍ୟାସ କରୁଥିଲେ ଓ ମିତ୍ତଲ ପରିବାର ଖେଳାଳିଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି ।
ମିତ୍ତଲ ପରିବାର ରାଜସ୍ଥାନ ଦଳ ସହ ଭେଟିବା ଓ ଆଲୋଚନା କରୁଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଲକ୍ଷ୍ମୀ ମିତ୍ତଲ ଓ ତାଙ୍କ ପୁଅ ଆଦିତ୍ୟଙ୍କ ସହ ପରିବାରର କିଛି ଅନ୍ୟ ସଦସ୍ୟ ପଡିଆକୁ ଯାଇ ରାଜସ୍ଥାନର ଅଭ୍ୟାସ ଦେଖୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହା ପରେ ବାଉଣ୍ଡ୍ରି ସୀମାରେଖା ପାଖେ ଠିଆ ହୋଇ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ସହ କଥାବାର୍ତ୍ତା କରୁଛନ୍ତି ।
ଏହି ସମୟରେ ରାଜସ୍ଥାନର ଓପନିଂ ବ୍ୟାଟର ୟଶସ୍ଵୀ ଜେସୱାଲ, ଲକ୍ଷ୍ମୀ ମିତ୍ତଲଙ୍କ ସହ ଦୀର୍ଘ ସମୟ ଧରି କଥା ହୋଇଛନ୍ତି । ଲକ୍ଷ୍ମୀ ମିତ୍ତଲ ଦଳର ଅଧିନାୟକ ରିୟାନ ପରାଗଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ରବୀନ୍ଦ୍ର ଜାଡେଜା ଓ ବ୍ୟାଟିଂ କୋଚ ବିକ୍ରମ ରାଠୋରଙ୍କ ସହ ମଧ୍ୟ ଆଲୋଚନା କରିଥିବା ଦେଖିବାକୁ ମିଳିଛି ।