ନୂଆଦିଲ୍ଲୀ: କେନିଙ୍ଗଟନ୍ ଓଭାଲରେ ଚାଲିଥିବା ଭାରତ-ଇଂଲଣ୍ଡ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍ର ଦ୍ବିତୀୟ ଦିନ ସୁଦ୍ଧା ଉଭୟ ଦଳର ପ୍ରଥମ ପାଳି ଶେଷ ହୋଇଛି । ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଇଂଲଣ୍ଡ ୪ଟି ୱିକେଟ୍ ନେଇ ଦଳର ସ୍ଥିତିକୁ ମଜବୁତ କରିଥିଲେ । ବିସ୍ଫୋରକ ପ୍ରଦର୍ଶନ ବଳରେ ସିରାଜ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୨୦୦ ଅଙ୍କ ପାର୍ କରିଛନ୍ତି । ଖାଲି ସେତିକି ନୁହେଁ ସେ ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାରେ ମଧ୍ୟ ସଫଳ ହୋଇଛନ୍ତି ।
ପୂର୍ବତନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ କ୍ୟାରିୟର ବହୁତ ଲମ୍ବା ଥିଲା । ବ୍ୟାଟିଂ ସହିତ ସ୍ପିନ୍ ବୋଲିଂରେ ମଧ୍ୟ ଅନେକଙ୍କ ଫାଭିଲିୟନ୍ ପଠାଇଛନ୍ତି । ସଚିନଙ୍କ ଆନ୍ତର୍ଜାତୀୟ କ୍ରିକେଟରେ ୨୦୧ ୱିକେଟ୍ ର ରେକର୍ଡ ରହିଛି । କିନ୍ତୁ ଏବେ ଅଙ୍କକୁ ଟପି ଯାଇଛନ୍ତି ଟିମ୍ ଇଣ୍ଡିଆର ଉଦୀୟମାନ ବୋଲର୍ ସିରାଜ । ସିରାଜଙ୍କ ଏହି ୪ ୱିକେଟ୍ ସହିତ ଅନ୍ତର୍ଜାତୀୟ କ୍ରିକେଟରେ ୨୦୩ ୱିକେଟ୍ ହାସଲ କରିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଥିବା ୨୩ତମ ବୋଲର ହୋଇଛନ୍ତି।
ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୯୫୩ ୱିକେଟ୍ ନେବାର ରେକର୍ଡ ପୂର୍ବତନ କ୍ରିକେଟର୍ ଅନିଲ କୁମ୍ବଲେଙ୍କ ନାମରେ ଅଛି । କୁମ୍ଲେ ୪୦୧ ମ୍ୟାଚ୍ରେ ୩୦.୦୬ ହାରରେ ଏହି ୱିକେଟ୍ ନେଇଥିଲେ । କୁମ୍ବଲେଙ୍କ ବ୍ୟତୀତ କୌଣସି ଭାରତୀୟ ୮୦୦ ୱିକେଟ୍ ମଧ୍ୟ ନେଇ ପାରି ନାହାଁନ୍ତି । କୁମ୍ଲେଙ୍କ ପରେ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହେଉଛନ୍ତି ଆର.ଅଶ୍ୱିନ । ସିଏ ଅନ୍ତର୍ଜାତୀୟ କ୍ୟାରିୟରରେ ୭୬୫ ୱିକେଟ୍ ହାସଲ କରିଛନ୍ତି । ସେହିପରି ତୃତୀୟ ବୋଲର ହେଉଛନ୍ତି ହରଭଜନ ସିଂହ, ଯିଏ ୭୦୭ଟି ୱିକେଟ୍ ନେଇଛନ୍ତି । ଯାହାଙ୍କ ନାମରେ ଅନ୍ତର୍ଜାତୀୟ କ୍ରିକେଟରେ ୭୦୦ କିମ୍ବା ତା'ଠାରୁ ଅଧିକ ୱିକେଟ୍ ନେବାର ରେକର୍ଡ ଅଛି । ବର୍ତ୍ତମାନ ଟିମରେ ଥିବା ରବିନ୍ଦ୍ର ଜାଡେଜା ଏ ପର୍ୟ୍ୟନ୍ତ ୬୧୫ଟି ୱିକେଟ ନେଇଛନ୍ତି ।