ନୂଆଦିଲ୍ଲୀ: ଆଇପିଏଲ୍ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଝଟକା ଲାଗିଛି । ଆଘାତ ଯୋଗୁଁ ଚଳିତ ସିଜିନରୁ ବିଗ୍ନେଶ ପୁଥୁରଙ୍କୁ ଦଳରୁ ବାହାର କରାଯାଇଛି । ଅନ୍ୟପକ୍ଷରେ ବିଗ୍ନେଶଙ୍କ ସ୍ଥାନରେ ଲେଗ୍-ସ୍ପିନର୍ ରଘୁ ଶର୍ମାଙ୍କୁ ସୁଯୋଗ ମିଳିଛି । ମୁମ୍ବାଇ ଇଣ୍ଡିଆନ୍ସ ରଘୁ ଶର୍ମାଙ୍କ ସହିତ ଗୁରୁବାର ଚୁକ୍ତି କରିଛି । ରଘୁଙ୍କୁ ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କାରେ ମୁମ୍ବାଇ କିଣିଛି ।
ତେବେ ଆସନ୍ତୁ ଜାଣିବା ଏହି ରଘୁ ଶର୍ମା କିଏ । ୧୯୯୩. ମାର୍ଚ୍ଚ ୧୧ରେ ଜନ୍ମ ରଘୁ ଶର୍ମା ପଞ୍ଜାବ ଜଲନ୍ଦରର ନିବାସୀ ଅଟନ୍ତି । ସେ ପଞ୍ଜାବ ଓ ପଣ୍ଡିଚେରୀରେ ଘରୋଇ ମ୍ୟାଚ୍ ଖେଳନ୍ତି । ସେ ଲିଷ୍ଟ ଏ ମ୍ୟାଚରେ ପ୍ରଥମ ୧୧ଟି ମ୍ୟାଚରେ ୧୯.୫୯ ଆଭରେଜରେ ୫୭ଟି ୱିକେଟ୍ ନେଇଛନ୍ତି । ତାଙ୍କର ଶ୍ରେଷ୍ଟ ପ୍ରଦର୍ଶନ ହେଉଛି ୫୬ ରନ୍ ଦେଇ ୭ ଟି ୱିକେଟ୍ ନେଇଛନ୍ତି । ସେହିପରି ସେ ୯ଟି ମ୍ୟାଚରେ ୧୪ଟି ୱିକେଟ୍ ନେଇଛନ୍ତି, ଯେଉଁଥିରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି ୪/୩୭ । ସେହିପରି ସେ ୩ଟି ଟି-୨୦ ଫର୍ମାଟ୍ ଖେଳି ୩ଟି ୱିକେଟ୍ ହାସଲ କରିଛନ୍ତି ।
ବିଗ୍ନେଶ ଚଳିତ ଆଇପିଏଲରେ ୬ଟି ମ୍ୟାଚ୍ ଖେଳିଛନ୍ତି । ପ୍ରଥମ ଆଇପିଏଲ୍ ମ୍ୟାଚରେ ଚେନ୍ନାଇ ବିପକ୍ଷରେ ୩ଟି ୱିକେଟ୍ ନେଇ ଚର୍ଚ୍ଚାକୁ ଆସିଥିଲେ ।