ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଉଚ୍ଚ କୋଟିର ରହିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟୀକତ୍ବରେ ଦଳ ଲଗାତାର ୬ଟି ମ୍ୟାଚରେ ବିଜୟ ଲାଭ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ଗୋଟିଏ ସମୟରେ ଦଳ ମାତ୍ର ୫ଟି ମ୍ୟାଚରୁ ଗୋଟିଏ ଜିତି ଟେବୁଲର ନବମ ସ୍ଥାନରେ ରହିଥିଲା । ରାଜସ୍ଥାନ ବିପକ୍ଷ ମ୍ୟାଚରେ ଦଳ ୧୦୦ ରନରେ ବ୍ୟବଧାନରେ ବିଜୟ ହାସଲ କରିବା ପରେ ମଧ୍ୟ କ୍ୟାପଟେନ ହାର୍ଦ୍ଦିକ ପ୍ୟାଣ୍ଡ୍ୟାଙ୍କ ବୟାନ ସମସ୍ତଙ୍କୁ ଚକିତ କରିଛି ।
ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୧୭ ରନ କରିବାରେ ସଫଳ ହୋଇଥିଲା । ଯାହା ପଂଳରେ ବିପକ୍ଷ ରାଜସ୍ଥାନକୁ ମାତ୍ର ୧୧୭ ରନରେ ରୋକିଥିଲା । କିନ୍ତୁ ବିଜୟ ପରେ ମୁମ୍ବାଇର ଅଧିନାୟକ ପାଣ୍ଡ୍ୟାଙ୍କ ବୟାନ ସମସ୍ତଙ୍କୁ ଆଚର୍ଯ୍ୟ କରିଛି। ସେ କହିଛନ୍ତି ଏହି ମ୍ୟାଚ୍ରେ ଆମେ ଅତି କମରେ ଆଉ ୧୫ ରନ୍ ପଛରେ ରହିଗଲୁ । ଯେତେବେଳେ ମୁଁ ଏବଂ ସୂର୍ଯ୍ୟ କୁମାର ଯାଦବ ବ୍ୟାଟିଂ କରୁଥିଲୁ, ଆମେ କଥା ହେଉଥିଲୁ ଯେ ଆମେ ପ୍ରପର କ୍ରିକେଟ୍ ସଟ୍ ଖେଳିବାକୁ ଚେଷ୍ଟା କରିବା ଉଚିତ। କାରଣ ଏପରି ସଟ୍ ମାରିବ ଦ୍ବାରା ଛକା , ଚଉକା ସହଜରେ ମିଳିଥାଏ । ରୋହିତ ଏବଂ ରିକଲଟନ ବହୁତ ଭଲ ବ୍ୟାଟିଂ କରିବା କଥା ସେ ତାଙ୍କ ବୟାନରେ କହିଛନ୍ତି । ସେହିପରି ଏହି ମ୍ୟାଚ୍ ପରେ ହାର୍ଦ୍ଦିକ ନିଜ ବୋଲର ମାନଙ୍କର ମଧ୍ୟ ପ୍ରଶଂସା କରୁଥିବାର ନଜର ଆସିଥିଲେ ।