ଆମେରିକାରେ ଖେଳାଯାଇଥିବା ଟି -୨୦ ଲିଗ୍ ଏମଏଲସି(ମେଜର ଲିଗ୍ କ୍ରିକେଟ) କୁ ତାଲିକା-ଏ ବର୍ଗ ମାନ୍ୟତା ଦେଇଛି ଆଇସିସି। ଆମେରିକାରେ କ୍ରିକେଟ ପ୍ରଚାର ପାଇଁ ଆଇସିସି ଏହି ପଦକ୍ଷେପ ନେଇଛି। ଆଇସିସି ଏମଏଲସିର ଦ୍ୱିତୀୟ ସିଜିନ ପୂର୍ବରୁ ଏହି ଘୋଷଣା କରିଛି। ଏମଏଲସି ର ପ୍ରଥମ ସିଜିନରେ ୬ ଟି ଦଳ ଅଂଶଗ୍ରହଣ କରିଥିଲେ ।
ଆନ୍ତର୍ଜାତୀୟ କ୍ରିକେଟ ପରିଷଦର ଏହି ନିଷ୍ପତ୍ତି ଏମଏଲସିର ଦ୍ୱିତୀୟ ସିଜିନ ଏବଂ ଆମେରିକାର ସବୁଠୁ ବଡ କ୍ରିକେଟ ଇଭେଣ୍ଟ ଟି -୨୦ ବିଶ୍ୱକପର ଏକ ସପ୍ତାହ ପୂର୍ବରୁ ଘୋଷଣା କରିଛି । ଆଇସିସିର ଏହି ପଦକ୍ଷେପ ଏମଏଲସିକୁ ଏକ ଅଫିସିଆଲ ଟି -୨୦ ଲିଗ୍ ଏବଂ ଆମେରିକାର ପ୍ରଥମ ବିଶ୍ୱ ସ୍ତରୀୟ ଘରୋଇ ଟୁର୍ନାମେଣ୍ଟରେ ପରିଣତ କରିବ । ଏହାର ଦ୍ୱିତୀୟ ସିଜିନ ଟି -୨୦ ବିଶ୍ୱକପ ପରେ ଅର୍ଥାତ ଜୁଲାଇ ୫ ରୁ ଖେଳାଯିବ ।
ବର୍ତ୍ତମାନ ପ୍ରତ୍ୟେକ ଶତକ, ଅର୍ଦ୍ଧଶତକ, ପାଞ୍ଚ ୱିକେଟ୍ ହଲ, ରନ୍ ଆଉଟ୍, ବିଜୟ, ପରାଜୟ ଏବଂ ଚାମ୍ପିଅନସିପ୍ ମ୍ୟାଚ୍ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଫର୍ମାଟରେ ରେକର୍ଡ ହେବ ବୋଲି ଏମଏଲସି ଏକ ବିବୃତ୍ତିରେ କହିଛି। ଏମଏଲସି ଅଫିସିଆଲ ମାନ୍ୟତା ପାଇବା ଅର୍ଥ ହେଉଛି ଏହା ସ୍ଥାନୀୟ ଆମେରିକୀୟ ଖେଳାଳି ଏବଂ ଖେଳର ଉଦୀୟମାନ ତାରକାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପାଇବାରେ ସାହାଯ୍ୟ କରିବ । ଏହା ସହ ଦେଶରେ ଘରୋଇ ପ୍ରତିଭାର ବିକାଶକୁ ଉତ୍ସାହିତ କରିବ ।
ଅଧିକ ପଢନ୍ତୁ : ବିଶ୍ୱକପ ପୂର୍ବରୁ ଶେଷ ଟି-୨୦ ସିରିଜରେ ଇଂଲଣ୍ଡ ଓ ପାକିସ୍ତାନ