ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ୪ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯାଉଛି । ୨୨ ମଇରେ ପ୍ରଥମ ଟି-୨୦ ମ୍ୟାଚ ଥିବାବେଳେ ବର୍ଷା ଯୋଗୁ ମ୍ୟାଚ ବାତିଲ ହୋଇଥିଲା । ଦ୍ଵିତୀୟ ମ୍ୟାଚରେ ଇଂଲଣ୍ଡ ୨୩ ରନରେ ବିଜୟ ହାସଲ କରିଥିଲା । ପାକିସ୍ତାନ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲାବେଳେ ଇଂଲଣ୍ଡ ୨୦ ଓଭରରେ ୧୮୩ ରନ ସଂଗ୍ରହ କରିଥିଲା । ନିର୍ଦ୍ଧାରିତ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ୧୯.୨ ଓଭରରେ ୧୬୦ ରନ କରି ସମସ୍ତ ୱିକେଟ୍ ହରାଇଥିଲା । ଯଶ ବଟଲର ସର୍ବାଧିକ ୮୪ ରନ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଥିଲେ ।
ସିରିଜରେ ଆଉ ୨ଟି ମ୍ୟାଚ ବାକିଥିବାବେଳେ ସିରିଜର ତୃତୀୟ ମ୍ୟାଚ ଆଜି ସୋଫିଆ ଗାର୍ଡେନ୍ସ , କାର୍ଡିଫରେ ଖେଳାଯିବ । ୪ଟି ମ୍ୟାଚରୁ ଗୋଟିଏ ମ୍ୟାଚ ବର୍ଷାରେ ବାତିଲ ହୋଇଥିବାରୁ ପାକିସ୍ତାନ ପାଇଁ ଆଜିର ମ୍ୟାଚ ଜିତିବା ବେଶ ଗୁରୁତ୍ୱପୂର୍ଣ୍ଣ । ତେବେ ଯଦି ଇଂଲଣ୍ଡ ଆଜିର ମ୍ୟାଚ ଜିତେ ତେବେ ସିରିଜରେ ୨-୦ ରେ ଆଗୁଆ ରହିବା ସହ ସିରିଜରେ ବିଜୟ ହାସଲ କରିବ । ଏହା ପରେ ଚତୁର୍ଥ ଟି-୨୦ କେନିଙ୍ଗଟନ ଓଭାଲ, ଲଣ୍ଡନରେ ୩୦ ମଇରେ ଖେଳାଯିବ ।
ତେବେ ବିଶ୍ୱକପ ପୂର୍ବରୁ ଏହି ସିରିଜ ଦୁଇ ଦଳ ପାଇଁ ବେଶ ଗୁରୁତୁବପୂର୍ଣ୍ଣ । ବିଶ୍ୱକପ ପୂର୍ବରୁ ଅଭ୍ୟାସ ସହ ବିଜୟ ସହ ଟି-୨୦ ବିଶ୍ୱକପରେ ପ୍ରବେଶ କରିବାକୁ ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ତେବେ ଇଂଲଣ୍ଡ ୨୦୨୪ ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ ୪ ଜୁନ୍ ରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ଖେଳିବ ଏବଂ ପାକିସ୍ତାନ ୬ ଜୁନ୍ ରେ ୟୁନାଇଟେଡ଼ ଷ୍ଟେଟ୍ସ ବିପକ୍ଷରେ ଚଳିତ ଟି-୨୦ ବିଶ୍ୱକପର ଅଭିଯାନ ଆରମ୍ଭ କରିବ ।
ଅଧିକ ପଢନ୍ତୁ : ଜୁନ୍ରେ ଆରମ୍ଭ ହେବ ଟି-୨୦ର ସବୁଠାରୁ ବଡ ଟୁର୍ନାମେଣ୍ଟ