ଆଇପିଏଲରେ ଆଜି ଦୁଇଟି ଦମଦାର ମ୍ୟାଚ :ଲକ୍ଷ୍ନୌ Vs ଚେନ୍ନାଇ ଓ ପଞ୍ଜାବ Vs ମୁମ୍ବାଇ
Khabar Odisha:ipl-today-match-2023-csk-vs-lsg-punjab-vs-mumbai
ଖବର ଓଡିଶା : 03/05/2023:

ଆଇପିଏଲରେ ଆଜି ଦୁଇଟି ଦମଦାର ମ୍ୟାଚ ଖେଳାଯିବ । ଯାହାକୁ ଦେଖିବାକୁ କ୍ରିକେଟପ୍ରେମୀ ଏବେଠୁ ଅପେକ୍ଷା କରି ରହିଛନ୍ତି । ଆଜି ଆଇପିଏଲ ସିଜନ ୧୬ର ୪୪ତମ ମ୍ୟାଚରେ ପ୍ରଥମେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ  ଅପରାହ୍ନ ସାଢ଼େ ୩ଟାରେ ମୁହାଁମୁହିଁ ହେବେ । ଲକ୍ଷ୍ନୌ  ନିଜର ଘରୋଇ ଗ୍ରାଉଣ୍ଡ ଅଟଳ ବିହାରୀ ଏକନ୍ନା ଷ୍ଟାଡିୟମରେ ଚେନ୍ନାଇ କୁ ଭେଟିବ। ଆଜି ମ୍ୟାଚ ଜିତି ଲକ୍ଷ୍ନୌ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ । ପୂର୍ବ ମ୍ୟାଚରେ  କେ.ଏଲ. ରାହୁଲ ଆହତ ହୋଇଥିଲେ ତେବେ ଆଜି ଲକ୍ଷ୍ନୌରେ ମ୍ୟାଚ ଖେଳିବେ କି ନାହିଁ ତାହା ଅପରାହ୍ନରେ ଜଣାପଡ଼ିବ। ଯଦି ସେ ନ ଖେଳନ୍ତି ତେବେ ତାଙ୍କ ସ୍ଥାନରେ କୁନାଲ ପାଣ୍ଡ୍ୟା ନେତୃତ୍ୱ ନେଇପାରନ୍ତି । ପଏଣ୍ଟ ଟେବୁଲରେ ଏଲଏସଜି ତୃତୀୟ ସ୍ଥାନରେ ରହିଛି। ୯ ମ୍ୟାଚରୁ ୫ଟିରେ ଜିତି ୪ଟି ମ୍ୟାଚ ହାରି ଦଳ ୧୦ ପଏଣ୍ଟ ହାସଲ କରିଛି। ସେହିପରି ସିଏସକେ ଚତୁର୍ଥ ସ୍ଥାନରେ ରହିଛି। ୯ଟି ମ୍ୟାଚରୁ ସିଏସକେ ୫ଟିରେ ଜିତି ୪ଟିରେ ହାରି ୧୦ ପଏଣ୍ଟ ହାସଲ କରିଛି। ଏହାର ରନରେଟ ୦.୩୨୯ ରହିଛି। 

ସେହିପରି ସନ୍ଧ୍ୟାରେ ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ମୋହାଲିରେ ଖେଳାଯାଉଥିବାରୁ ବିଜୟ ଆଶା ରଖିଛି ମୁମ୍ବାଇ । ଶେଷ  ମ୍ୟାଚରେ ଚେନ୍ନାଇ କୁ ହରାଇଥିଲା ପଞ୍ଜାବ ତେଣୁ  ଆଜି ଆଧିପତ୍ୟ ବଜାୟ ରଖି ନିଜର ପଏଣ୍ଟ ବୃଦ୍ଧି କରିବାକୁ ଦଳ ଚେଷ୍ଟା କରିବ । ସେପଟେ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିଥିବାରୁ ଦଳ ପୂର୍ବ ମ୍ୟାଚ  ଭଳି ଜିତିବାକୁ ଆଶା ରଖିଛି ମୁମ୍ବାଇ । ଇତି ମଧ୍ୟରେ ଉଭୟ ଦଳ ଆଇପିଏଲ ରେ ୩୦ ଥର ଭେଟିଛନ୍ତି ଓ ୧୫ ଥର ଲେଖାଏଁ ଜିତିଛନ୍ତି । ତେବେ ଆଜି କିଏ ଜିତୁଛି ତାହା ଦେଖିବାକୁ ବାକି ରହିଲା। 

Subscribe

National International State Sports Entertainment